ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ
ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି । ଅନେକ ଘରକୁ ମଇଲା ଆବର୍ଜନା ସହିତ ବର୍ଷାଜଳ ପଶିଛି। ଚକରକେନ୍ଦ ପଞ୍ଚାୟତର ବିଭିନ୍ନ ଗ୍ରାମ ସମେତ ଅନେକ ସ୍ଥାନରେ ଲୋକଙ୍କ ଘର ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ମଙ୍ଗଳବାର ରାତିରୁ ଏଭଳି ସ୍ଥିତି ଉପୁଜିଛି। ବର୍ଷା ଲାଗି ରହିଥିବାରୁ ସ୍ଥିତି ସ୍ବାଭାବିକ ହୋଇ ପାରି ନାହିଁ। ଫଳରେ ଲୋକଙ୍କୁ ନାହିଁ ନ ଥିବା ହଟହଟାର ସମ୍ମୁଖୀନ ହେବାକୁ ପଡୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।