୧ରେ ରାଜ୍ୟ କ୍ୟାବିନେଟ୍‌: କୃଷକ, ମହିଳାଙ୍କ ପାଇଁ…

Jul 29, 2026 - 07:24
୧ରେ ରାଜ୍ୟ କ୍ୟାବିନେଟ୍‌: କୃଷକ, ମହିଳାଙ୍କ ପାଇଁ…

ଭୁବନେଶ୍ୱର,୨୯ା୭(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମଙ୍ଗଳବାର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଅବଗତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜ୍ୟ କ୍ୟାବିନେଟ୍‌ରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ସେଥିମଧ୍ୟରେ ପୂର୍ତ୍ତ, ରାଜସ୍ବ, କୃଷି, ଉଚ୍ଚଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ଜଙ୍ଗଲ ଓ ପରିବେଶ ଭଳି ଅନ୍ୟାନ୍ୟ ବିଭାଗର ପ୍ରସ୍ତାବମାନ ରହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାକୁ ନେଇ ମହିଳା ସଶକ୍ତୀକରଣ ଲାଗି ‘ସୁଭଦ୍ରା’ ଯୋଜନା କାର୍ଯ୍ୟାନ୍ବୟନଠାରୁ ଆରମ୍ଭ କରି ଚାଷୀଙ୍କ ଉନ୍ନତି ନିମନ୍ତେ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି, ୮୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଗଙ୍କୁ ୩,୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଭଳି ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏହାସହିତ ଶିକ୍ଷା ଓ ସ୍ବାସ୍ଥ୍ୟକୁ ତ୍ୱରାନ୍ବିତ କରିବା ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।