ପ୍ରବଳ ଗରମରୁ ଫ୍ରାନ୍ସରେ ଅଣାୟତ୍ତ ମୃତ୍ୟୁ ସଂଖ୍ୟା , ଶବଦାହ ପାଇଁ ମିଳୁନି ସ୍ଥାନ

Jul 03, 2026 - 23:38
ପ୍ରବଳ ଗରମରୁ ଫ୍ରାନ୍ସରେ ଅଣାୟତ୍ତ ମୃତ୍ୟୁ ସଂଖ୍ୟା , ଶବଦାହ ପାଇଁ ମିଳୁନି ସ୍ଥାନ
ନୂଆଦିଲ୍ଲୀ - ୟୁରୋପରେ ଗରମରୁ ଯେମିତି କୌଣସି ମୁକ୍ତି ପାଇବାର ଆଶା ନାହିଁ। ପ୍ରବଳ ଗରମ ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଫ୍ରାନ୍ସରେ ଜୁନ୍ ମାସର ଶେଷ ସପ୍ତାହରେ ହିଟୱେଭ୍ ୨୦୨୫ରୁ ଅଧିକ ଲୋକଙ୍କ ଜୀବନ ନେଇଛି। ସେଠାର ସ୍ୱାସ୍ଥ୍ୟ ମନ୍ତ୍ରୀ ଷ୍ଟେଫନି ରିଷ୍ଟ ମଧ୍ୟ ଏ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଏହି ଗରମରୁ ମୁକ୍ତି ପାଇବାର କୌଣସି ଆଶା ନାହିଁ। ଏହାସହ, ଏହା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ। ଗରମ ଯୋଗୁଁ ଏତେ ମୃତ୍ୟୁ ଘଟିଛି ଯେ ଅନ୍ତିମ ସଂସ୍କାର ମଧ୍ୟ କଷ୍ଟକର ହୋଇ ପଡୁଛି। ଫରାସୀ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏ ବିଷୟରେ ସତର୍କ କରାଇ ଦେଇଛି। ଏହା ପୂର୍ବରୁ, ଅଗଷ୍ଟ ୨୦୦୩ ମସିହାରେ ଏମିତି ଘଟିଥିଲା, ଫ୍ରାନ୍ସରେ ଏପରି ଗରମ ଅନୁଭୂତ ହୋଇ ଥିଲା। ଫ୍ରାନ୍ସରେ ଗତ ମାସରେ ରେକର୍ଡ ଭାଙ୍ଗିଥିବା ଗରମର ସମୟ ,ସବୁଠୁ ଗରମ ସପ୍ତାହ ବେଳେ ମୃତ୍ୟୁ ସଂଖ୍ୟାରେ ପ୍ରାୟ ଏକ ତୃତୀୟାଂଶ ବୃଦ୍ଧି ପାଇଛି। ସାର୍ବଜନୀନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ପବ୍ଲିକ୍ ହେଲଥ୍ ଫ୍ରାନ୍ସ, ଶୁକ୍ରବାର ଏହି ସୂଚନା ଦେଇଛି। କର୍ତ୍ତୃପକ୍ଷର ନୂଆ ତଥ୍ୟାନୁସାରେ, ମୃତକଙ୍କ ସଂଖ୍ୟା ଏହାର ଗତ ରବିବାରର ପ୍ରାରମ୍ଭିକ ଆକଳନ ଦ୍ୱିଗୁଣିତ ହୋଇଛି। ସେହି ସମୟରେ, କର୍ତ୍ତୃପକ୍ଷ ଅତି କମରେ ୧୦୦୦ ଅତିରିକ୍ତ ମୃତ୍ୟୁ ଆକଳନ କରିଥିଲେ। ସେହି ଆକଳନ କେବଳ ତୀବ୍ର ଏବଂ ମାରାତ୍ମକ ଗରମ ଲହରୀର ତିନୋଟି ସବୁଠୁ ଉତ୍ତପ୍ତ ଦିନ ଉପରେ ଆଧାରିତ ଥିଲା। କର୍ତ୍ତୃପକ୍ଷ କହିଛନ୍ତି ଯେ , ଏହି ପ୍ରାରମ୍ଭିକ ସଂଖ୍ୟା ୧୫ ଜୁନରୁ ୨୧ ଜୁନ୍ ପର୍ଯ୍ୟନ୍ତ ସପ୍ତାହରେ ରେକର୍ଡ ହୋଇଥିବା ୬,୯୪୮ ମୃତ୍ୟୁ ତୁଳନାରେ ୨୯ ପ୍ରତିଶତର ବୃଦ୍ଧିକୁ ଦର୍ଶାଇ ଥାଏ। ସ୍ୱାସ୍ଥ୍ୟ ଏଜେନ୍ସି ଏହାସହ ମଧ୍ୟ ସତର୍କ କରାଇଛି ଯେ, ଏହାର ସଂଖ୍ୟା ପ୍ରକୃତ ମୃତ୍ୟୁ ଠାରୁ କମ୍ ହୋଇପାରେ , କାରଣ ଏହା ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଆଧାରିତ। ପ୍ୟାରିସର ଅନ୍ତିମ ସଂସ୍କାର ସେବା ସହ ଜଡ଼ିତ ଲୋକେ କହିଛନ୍ତି ଯେ, ସେମାନେ ମୃତଦେହକୁ ସମାଧି ଦେବା କିମ୍ୱା ଅନ୍ତିମ ସଂସ୍କାର ପୂର୍ବରୁ ମୃତଦେହ ସଂରକ୍ଷଣ କରିବା ପାଇଁ ସ୍ଥାନ ଖୋଜିବାରେ ସମସ୍ୟାରେ ପଡ଼ୁଛନ୍ତି। କିଛି ଶବଗୃହ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ଯାଇଛି। ସେଠାକୁ ମୃତଦେହ ନେବାକୁ ମନା କରୁଛନ୍ତି। କର୍ତ୍ତୃପକ୍ଷଙ୍କ ତରଫରୁ ଜାରି ମୃତ୍ୟୁ ସଂଖ୍ୟାର ତାଜା ତଥ୍ୟ ୨୨ ଜୁନରୁ ୨୮ ଜୁନ୍ ସପ୍ତାହର। ଏହି ସମୟରେ, ଫ୍ରାନ୍ସ ଇତିହାସରେ ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମ ଅନୁଭୂତ ହୋଇଛି। ଦେଶର ଅନେକ ସହରରେ ଦିନ ଏବଂ ରାତିର ତାପମାତ୍ରା ରେକର୍ଡ ଭାଙ୍ଗିଛି। ଏହି ଗରମ ୟୁରୋପର ଅନ୍ୟାନ୍ୟ ସ୍ଥାନରେ ସର୍ବାଧିକ ତାପମାତ୍ରାର ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି। କର୍ତ୍ତୃପକ୍ଷ କହିଛନ୍ତି , ସେ ସେହି ସପ୍ତାହ ମଧ୍ୟରେ ୮,୯୭୩ ମୃତ୍ୟୁ ରେକର୍ଡ କରିଛି। ଆହୁରି ମଧ୍ୟ ପଢନ୍ତୁ : ଆକାଶରୁ ପୃଥିବୀ ଉପରକୁ ଖସୁଛି ‘ବିପଦ’, ସୁରକ୍ଷା ପାଇଁ ନାସାର କୋଟି କୋଟି ଟଙ୍କା ଖର୍ଚ୍ଚରେ ଉଦ୍ୟମ ଜାରି