କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ଜଣେ ଗିରଫ

Jul 03, 2026 - 16:33
କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ଜଣେ ଗିରଫ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ବଡ଼ ସଫଳତା । କଇଁଛ ଚୋରାଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ୩୦ କଇଁଛ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କୁ ଗିଫ କରାଯାଇଛି । ତେବେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା । ଜଣେ ଫେରାର ହୋଇଯାଇଥିବାବେଳେ ଜଣକୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇଘର ବ୍ଲକ ଛାତାବେଡା ଗାଁର ପ୍ରସନଜିତ କର୍ମକାର । ବନ ବିଭାଗ ଖବର ପାଇଥିବାବେଳେ କଂଗ୍ରାସ ସେକ୍ସନ କାର୍ଯ୍ୟାଳୟ ନିକଟରେ ଜଗି ବସିଥିଲେ । ଦୁଇଜଣ ଗୋଟିଏ ବାଇକରେ ବସ୍ତାରେ କଇଁଛ ଧରି ଆସୁଥିବାବେଳେ ମାଡ଼ି ବସିଥିଲା ବନ ବିଭାଗ । ଜଣେ ବାଇକ ଧରି ଫେରାର ହୋଇଥିବାବେଳେ ଆଉ ଜଣେ ଧରା ପଡ଼ିଥିଲେ । ତାଙ୍କ ନିକଟରୁ ୩୦ଟି କଇଁଛ ଉଦ୍ଧାର କରାଯାଇଥିଲା । ତେବେ ଖସି ଯାଇଥିବା ଯୁବକଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ନବରଙ୍ଗପୁର ଏସଟିଏଫ ଦିବ୍ୟା ମାଧୁରୀ ସେଠୀ । ତେବେ ଏହିସବୁ କଇଁଛକୁ କନ୍ଧମାଳରୁ ଆଣି ନବରଙ୍ଗପୁର ଜିଲ୍ଲାରେ ବିକ୍ରି କରାଯାଉଥିଲା । ତେବେ ଏହି କଇଁଛ ଚାଲାଣ ରାକେଟକୁ ଧରିବା ପାଇଁ ଏ ସି ଏଫ୍ ଦିବ୍ୟା ମାଧୁରୀ ସେଠୀଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଥିଲା । ଏଥିରେ ଥିଲେ ରେଞ୍ଜର ସୁଶାନ୍ତ କୁମାର ସିଂ, କଂଗ୍ରା ସେକସନ ଫରେଷ୍ଟର ମନୋରଞ୍ଜନ ନାୟକ ଏବଂ ଗାର୍ଡ , ରମାକାନ୍ତ ସାହୁ ଅପରେସନରେ ସାମିଲ ହୋଇ କଇଁଛ ଜବତ କରିଥିବା ସୂଚନା ମିଳିଛି। ଏହାସହ ପଢ଼ନ୍ତୁ: ଜେଲରୁ ମୁକୁଳି ନାବାଳିକା ଭଉଣୀକୁ ଦୁଷ୍କର୍ମ କଲା ଭାଇ, ଭିଡିଓ ଦେଖି ବିଶ୍ବାସ କଲେ ପରିବାର