ପୁଲିସ ବିରୋଧରେ ମନ୍ତବ୍ୟ ଦେଇ ଅଡୁଆରେ ଅଭିଷେକ ବାନାର୍ଜୀ, ଏତଲା ରୁଜୁ

Nov 14, 2026 - 14:49
ପୁଲିସ ବିରୋଧରେ ମନ୍ତବ୍ୟ ଦେଇ ଅଡୁଆରେ ଅଭିଷେକ ବାନାର୍ଜୀ, ଏତଲା ରୁଜୁ

କୋଲକାତା: ପୁଣି ଆଇନଗତ ଅଡୁଆରେ ପଡ଼ି ଯାଇଛନ୍ତି ଟିଏମ୍‌ସି ଜାତୀୟ ସାଧାରଣ ସମ୍ପାଦକ ତଥା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ। ପୁଲିସ କର୍ମଚାରୀଙ୍କୁ ଧମକ ଦେବା ଏବଂ ସେମାନଙ୍କ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ତାଙ୍କ ବିରୋଧରେ ନୂଆ ଏତଲା ରୁଜୁ ହୋଇଛି। ଏହି ମାମଲାରେ ନଭେମ୍ବର ୨୦ ତାରିଖ ଦିନ ୧୨ଟାରେ କୋଲକାତାର ଗିରିଶ ପାର୍କ ଥାନାରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଛି। ଗତ ଅକ୍ଟୋବରରେ ଏକ ସଭାରେ ଅଭିଭାଷଣ ଦେବା ସମୟରେ ଅଭିଷେକ କିଛି ପୁଲିସ କର୍ମଚାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ସେମାନେ ପକ୍ଷପାତିତା କରିବା ସହ ଶାସକ ବିଜେପି ସରକାର ସହ ମିଶି କାମ କରୁଥିବା ସେ ଅଭିଯୋଗ କରିଥିଲେ। ଏପରିକି ନିକଟ ଭବିଷ୍ୟତରେ ଏହି ଅଧିକାରୀମାନଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଖୁସି କରିବା ପାଇଁ ପୁଲିସ ପ୍ରଶାସନ ମମତାଙ୍କ ସମର୍ଥକଙ୍କୁ ମିଥ୍ୟା ମାମଲାରେ ଫସାଉଥିବା ଅଭିଷେକ ଅଭିଯୋଗ କରିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଆଇନଜୀବୀ ତଥା ବିଜେପି ନେତ୍ରୀ ନାଜିଆ ଇଲାହି ଖାନ୍‌ ପୁଲିସରେ ଅଭିଯୋଗ କରିଥିଲେ। ଅଭିଷେକଙ୍କ ବକ୍ତବ୍ୟ ପୁଲିସ କର୍ମଚାରୀଙ୍କୁ ଧମକ ଦେବା ସହ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସେ ଦର୍ଶାଇଥିଲେ। ଏହାପରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହି ମାମଲାରେ ତଦନ୍ତକାରୀ ଅଧିକାରୀମାନେ ଅଭିଷେକଙ୍କୁ ନୋଟିସ୍‌ ଜାରି କରି ବୟାନ ରେକର୍ଡ ପାଇଁ ଥାନାରେ ହାଜର ହେବାକୁ କହିଛନ୍ତି। ଅନ୍ୟପକ୍ଷେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ମାମଲାରେ ଶୁକ୍ରବାର ଭବାନୀପୁର ଥାନାରେ ହାଜର ହୋଇଥିଲେ ଅଭିଷେକ। ୨୦୨୬ ମେ’ ମାସରେ ଏକ୍ସରେ କରିଥିବା ତାଙ୍କର ଏକ ପୋଷ୍ଟକୁ ନେଇ ମେ’ ୨୭ ତାରିଖରେ ଭବାନୀପୁର ଥାନାରେ ୧୨୧ ନମ୍ବର ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ସେହି ପୋଷ୍ଟରେ ସେ ‘ବଙ୍ଗଳା ବିରୋଧୀ ଗୁଜରାଟୀ ଗ୍ୟାଙ୍ଗ ଏବଂ ତାଙ୍କ ଦଲାଲ ଜ୍ଞାନେଶ କୁମାର’ ଭଳି ମନ୍ତବ୍ୟ ଦେଇଥିଲେ। ଏହାକୁ ଘୃଣା ସୃଷ୍ଟିକାରୀ ଭାଷଣ ବୋଲି ଅଭିଯୋଗ କରାଯାଇଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୯୬(୧)(କ), ୧୯୬(୧)(ଗ), ୩୫୩(୧)(ଖ) ଏବଂ ୩୫୩(୨) ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି। ଏହି ଧାରାଗୁଡ଼ିକ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା ଏବଂ ସାଧାରଣ ଶାନ୍ତି ଭଙ୍ଗ କରିବା ଭଳି ମନ୍ତବ୍ୟ ସହ ଜଡ଼ିତ। ଉଭୟ ମାମଲାରେ ପୁଲିସର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)