ପୁଣି ବିପିୟୁଟିର ରେକର୍ଡ, ଦୁଇ ଦିନରେ ପରୀକ୍ଷା ଫଳ ପ୍ରକାଶ

Sep 09, 2026 - 19:01
ପୁଣି ବିପିୟୁଟିର ରେକର୍ଡ, ଦୁଇ ଦିନରେ ପରୀକ୍ଷା ଫଳ ପ୍ରକାଶ

ନନ୍ଦିଘୋଷ ବ୍ୟୁରୋ :  ପୁଣି ରେକର୍ଡ କରିଛି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)। ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ବିପିୟୁଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ବିପିୟୁଟିର ୧୬ଟି ବିଭାଗରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ୫ ଲକ୍ଷ ୯ ହଜାର ୫୧୫ଟି ପରୀକ୍ଷା ଖାତା ମୂଲ୍ୟାୟନ କରି ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରାଯାଇଛି।

ଏଥିପାଇଁ ୫୨ଟି ଡିଜିଟାଲ ଖାତାଦେଖା କେନ୍ଦ୍ରରେ ୧ ହଜାର ୫୪୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ନିୟୋଜିତ ହୋଇଥିଲେ। ସେମାନେ ୫ ଲକ୍ଷ ୯ ହଜାର ୫୧୫ଟି ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ। ପୂର୍ବରୁ ମଧ୍ୟ ବିପିୟୁଟି ଅଡ୍ ସେମିଷ୍ଟାର ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।

ସେହିପରି ବିପିୟୁଟିର ଇଭେନ୍ ସେମିଷ୍ଟାରରେ ୯୩ ହଜାର ୩୬୨ ଜଣ ଛାତ୍ରଛାତ୍ରୀ ୧୭୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବାର ତିନି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଗ୍ରେଡ୍ ସିଟ୍ ଓ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିବା ବିପିୟୁଟି ଭିସି ସୂଚନା ଦେଇଛନ୍ତି। ପରୀକ୍ଷା ସରିବାର ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ ପାଉଥିବାରୁ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିବା ସହ ଏହା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ସହାୟତା ମିଳୁଥିବା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)