ପାରମ୍ପରିକ ଅଳଙ୍କାର

Jul 20, 2026 - 15:37
ପାରମ୍ପରିକ ଅଳଙ୍କାର

 

ସବୁବେଳେ ପାରମ୍ପରିକ ଅଳଙ୍କାରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଏହି ଅଳଙ୍କାର ଗୁଡିକ ମୁଖ୍ୟତଃ ବିଭିନ୍ନ ପ୍ରାଚୀନ ମନ୍ଦିର ଏବଂ ଦେବଦେବୀଙ୍କ ଶୃଙ୍ଗାର ଶୈଳୀ ଦ୍ୱାରା ଅନୁପ୍ରାଣିତ ହୋଇଥାଏ । ଏହା ନାରୀଙ୍କର ସୌନ୍ଦର୍ଯ୍ୟକୁ ପାରମ୍ପରିକ ଭାବେ ଦ୍ବିଗୁଣିତ କରିଥାଏ । ବର୍ତ୍ତମାନ ଏହିଭଳି ଗହଳାର ଡିମାଣ୍ଡ ଖୁବ ବଢିବାରେ ଲାଗିଛି ।

 ରୂପା ଫିଲିଗ୍ରୀ : ଓଡ଼ିଶାର କଟକ ସହରର ପ୍ରସିଦ୍ଧ 'ତାରକସି' କାମ ମନ୍ଦିର ସ୍ଥାପତ୍ୟ ସହିତ ଗଭୀର ଭାବେ ଜଡ଼ିତ । ରୂପାର ସୂକ୍ଷ୍ମ ତାରରେ ତିଆରି ଏହି ଅଳଙ୍କାରଗୁଡ଼ିକରେ ମନ୍ଦିରର କାରୁକାର୍ଯ୍ୟ, ମୟୂର, କୋଣାର୍କ ଚକ୍ର ଏବଂ ବିଭିନ୍ନ ଦେବାଦେବୀଙ୍କ ଆକୃତି ଦେଖିବାକୁ ମିଳେ । ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ପିନ୍ଧୁଥିବା 'ତାହିଆ' (ମୁକୁଟ) ଏବଂ ଅନ୍ୟାନ୍ୟ ଗହଣା ଏହି ଶୈଳୀର ଅଟେ ।

କାସୁ ମାଳା : ଏହା ଏହି ପାରମ୍ପରିକ ଜୁଏଲାରୀର ସବୁଠାରୁ ପ୍ରସିଦ୍ଧ ଏବଂ ପାରମ୍ପରିକ ପ୍ରକାର । ଏହି ହାରରେ ଛୋଟ ଛୋଟ ସୁନା ମୁଦ୍ରା ଗୁଡ଼ିକୁ ପରସ୍ପର ସହ ଯୋଡ଼ି ତିଆରି କରାଯାଇଥାଏ, ଯେଉଁଥିରେ ଧନର ଦେବୀ ମାଲକ୍ଷ୍ମୀଙ୍କ ଆକୃତି ଖୋଦିତ ହୋଇଥାଏ। ଏହା ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଏ । ଏହା ଖୁବ ପୁରାତନ ଗହଣା, ବର୍ତ୍ତମାନ ଏହି ଗହଣାକୁ ଆଧୁନିକ ଭାବେ ମଧ୍ୟ ତିଆରି କରାଯାଉଛି ।

ମାଙ୍ଗା ମାଳା : ଏହି ଶୈଳୀର ହାରରେ ଆମ୍ବ କଢ଼ି  ଆକୃତିର ଛୋଟ ଛୋଟ ସୁନା ଡିଜାଇନ୍କୁ ଧାଡ଼ି କରି ସଜାଯାଇଥାଏ । ଦକ୍ଷିଣ ଭାରତୀୟ ପରମ୍ପରାରେ ଏହି ହାରର ବେଶ୍ ଚାହିଦା ରହିଛି ଏବଂ ଏଥିରେ କେମ୍ପୁ ପଥରର ବହୁଳ ବ୍ୟବହାର ଦେଖିବାକୁ ମିଳେ ।

ନକସି ଗହଣା : ଏହା ଏକ ବିଶେଷ ପ୍ରକାରର କାରୁକାର୍ଯ୍ୟ, ଯେଉଁଥିରେ ସୁନା ଉପରେ ହାତରେ ଖୋଦେଇ  କରାଯାଇ ଦେବାଦେବୀ, ପୁରାଣର ଦୃଶ୍ୟ, ହାତୀ କିମ୍ବା ମୟୂରର ଜୀବନ୍ତ ମୂର୍ତ୍ତି ଗଢ଼ାଯାଏ । ଏହି ପ୍ରକାରର ପେଣ୍ଡାଣ୍ଟ  ଏବଂ ବାଲା ବା ଚୁଡି  ଖୁବ୍ ଭାରି ଏବଂ ଆକର୍ଷଣୀୟ ହୋଇଥାଏ ।

ଭାଙ୍କି ବା ବାଜୁବନ୍ଧ : ସାଧାରଣତଃ ଓଲଟା ଭିଆକୃତିର ଏହି ଅଳଙ୍କାରକୁ ବାହୁରେ ପିନ୍ଧାଯାଏ । ଏହାର ମଧ୍ୟଭାଗରେ ଭଗବାନ କୃଷ୍ଣ, ମାଲକ୍ଷ୍ମୀ କିମ୍ବା ନାଗ ଦେବତାଙ୍କର ସୂକ୍ଷ୍ମ ମୂର୍ତ୍ତି ରହିଥାଏ । ଦକ୍ଷିଣ ଭାରତୀୟମାନେ ସେମାନଙ୍କ ବିବାହରେ ଏହାକୁ ଯେମିତି ବି ହେଲେ ସାମିଲ କରିଥାଆନ୍ତି ।

 

ଝୁମୁକା : ଟେମ୍ପଲ୍ ଡିଜାଇନ୍ର କାନଫୁଲଗୁଡ଼ିକ ସାଧାରଣତଃ ଘଣ୍ଟି ଆକୃତିର  ହୋଇଥାଏ, ଯାହା ଉପରେ ଛୋଟ ଛୋଟ ମୋତି ଝୁଲୁଥାଏ । ଏହା ସହିତ କାନରୁ କେଶ ପର୍ଯ୍ୟନ୍ତ ସଂଯୋଗ କରୁଥିବା ସୁନାର ଚେନ୍ ବା ମାଟ୍ଟିବ୍ୟବହାର କରାଯାଏ, ଯାହା ମନ୍ଦିରର ଶୃଙ୍ଗାର କଳାକୁ ଦର୍ଶାଇଥାଏ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।