ଫୁଟୁଛି ନଦୀ
ପେରୁର ଆମାଜନ ଜଙ୍ଗଲରେ ପ୍ରକୃତିର ଏକ ଆଶ୍ଚର୍ଯ୍ୟଜନକ ରୂପ ଦେଖିବାକୁ ମିଳିଛି, ଯେଉଁଠାରେ ବିଶ୍ୱର ଏକମାତ୍ର ଫୁଟୁଥିବା ଗରମ ପାଣିର ନଦୀ ପ୍ରବାହିତ ହେଉଛି । ଏହା ପ୍ରାୟ ୪ କିଲୋମିଟର ଲମ୍ବ, କେତେକ ସ୍ଥାନରେ ୧୬ ଫୁଟ ପର୍ଯ୍ୟନ୍ତ ଗଭୀରତା ଏବଂ ଦୁଇ ଲେନ୍ ବିଶିଷ୍ଟ ସଡ଼କ ଭଳି ଚଉଡ଼ା ଏହି ନଦୀର ପାଣି ହାରାହାରି ୮୬ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ଗରମ ରହିଥାଏ । ଯେଉଁଥିରେ କୌଣସି ଛୋଟ ଜୀବ ପଡ଼ିଗଲେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସିଝିଯାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନଦୀର ଆଖପାଖରେ କୌଣସି ସକ୍ରିୟ ଆଗ୍ନେୟଗିରି ନାହିଁ । ବୈଜ୍ଞାନିକମାନଙ୍କ ମତରେ ନଦୀର ପାଣି ଭୂମିର ଗଭୀର ଫାଟ ଦେଇ କେତେକ କିଲୋମିଟର ତଳକୁ ଚାଲିଯାଏ ଏବଂ ସେଠାରେ ପୃଥିବୀର ଆଭ୍ୟନ୍ତରୀଣ ଉତ୍ତାପରେ ଗରମ ହୋଇ ପୁଣି ଉପରକୁ ଫେରିଆସେ, ଯେଉଁଥିପାଇଁ ଏହା ସଦାସର୍ବଦା ଫୁଟୁଥାଏ । ଆମାଜନର ସ୍ଥାନୀୟ ଆଦିବାସୀମାନେ ଶତାବ୍ଦୀ ଶତାବ୍ଦୀ ଧରି ଏହି ନଦୀକୁ ଅତ୍ୟନ୍ତ ପବିତ୍ର ମାନୁଥିବା ବେଳେ ବର୍ତ୍ତମାନ ଜଙ୍ଗଲ କଟାଯିବା ଯୋଗୁଁ ଏହି ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି, ଯାହାକୁ ନେଇ ଏବେ ଏହାକୁ ସଂରକ୍ଷିତ କରିବା ପାଇଁ ପ୍ରୟାସ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।