ପାଣିରୁ ବାହାରିଲେ ଶରୀର ଜଳି ଉଠେ, ପୋଖରୀରେ କଟୁଛି ୧୬ବର୍ଷର ପିଲାର ଜୀବନ
ନୂଆଦିଲ୍ଲୀ,୬/୮ : ପାଣିରୁ ବାହାରିଲେ ଶରୀର ଜଳି ଉଠେ, ତେଣୁ ୫ବର୍ଷ ଧରି ପୋଖରୀ ହିଁ ହୋଇଯାଇଛି ତାଙ୍କର ଘର । ଯେଉଁ ବୟସରେ ସ୍ୱପ୍ନ ଦେଖିବା କଥା, ସେଠାରେ ପ୍ରତିଦିନ ଜୀବନ ସହ ଲଢ଼ୁଛନ୍ତି । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଯିଏ ଦେଖୁଛି ଆହା ପଦେ କହୁଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଏହି କୁନି ପିଲାକୁ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳିବ ? ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।
ନାଁ ତାଙ୍କର ଇକବାଲ ଶେଖ । ମୁର୍ଶିଦାବାଦର ବେଲଡାଙ୍ଗାରେ ରୁହନ୍ତି ଏହି ୧୬ବର୍ଷର ନାବାଳକ। ଖେଳିବା ବୁଲିବା ସମୟରେ ତାଙ୍କର ପୂରା ଦୁନିଆ ଏବେ ପାଣି ଭିତରେ ସୀମିତ ରହିଛି । ଗତ ୫ବର୍ଷ ହେବ ଗାଁ ପୋଖରୀରେ ନିଜର ଅସହାୟତା କାଟୁଛନ୍ତି । ଏହା କୌଣସି ରେକର୍ଡ଼ କରିବା ଜିଦ୍ ନୁହେଁ, ନାଁ କୌଣସି ସଉକ୍ । କେବଳ ବଞ୍ଚି ରହିବାକୁ ଏକ ଯନ୍ତ୍ରଣାଦାୟକ ଇଚ୍ଛା। ଇକବାଲଙ୍କ ଶରୀରରେ କୌଣସି ଅଲୌକିକ ଛାୟାର ପ୍ରଭାବ ଅଛି । ଯେଭଳି ସେ ପାଣିରୁ ବାହାରି ପାଦ ରଖିବେ ତ ତାଙ୍କ ସମ୍ପୂର୍ଣ୍ଣ ଶରୀର ନିଆଁ ପରି ଜଳିବାକୁ ଲାଗିଥାଏ। ପାଣିର ଥଣ୍ଡା ତାଙ୍କର ଏକମାତ୍ର ଔଷଧ ଅଟେ । ସେ ଗୋଟିଏ- ଦୁଇ ଘଣ୍ଟା ନୁହେଁ। ଲଗାତର ଭାବେ ୪ରୁ ୫ ଦିନ ଏବଂ କେବେକେବେ ତ ପୂରା ସପ୍ତାହ ପାଣି ଭିତରେ ହିଁ ଭାସୁଥାନ୍ତି ।
ଦିନ- ରାତି ପାଣିରେ ବୁଡ଼ି ରହିବା କାରଣରୁ ତାଙ୍କ ହାତ-ଗୋଡ଼ ଏବେ ସଫା ହୋଇସାରିଛି । ମଥାରେ ଥଣ୍ଡା ଜମିବାରୁ ଲଗାତର ଭାବେ କାଶ ତାଙ୍କ ସହ୍ୟ ସୀମା ଲଙ୍ଘନ କରୁଛି। ପୋଖରୀ କୂଳରେ ଛିଡ଼ା ହୋଇ ଲୋକ ତାଙ୍କୁ ଚୁଡ଼ା କିମ୍ବା ବିସ୍କୁଟ ଦେଉଛନ୍ତି । ତାକୁ ଖାଇ ସେ ନିଜର ଭୋକ ମେଣ୍ଟାଉଛନ୍ତି । ପରିବାର ଏତେ ନିରୁପାୟ ହୋଇଯାଇଛନ୍ତି କି କୌଣସି ବଡ଼ କିମ୍ବା ଭଲ ହସ୍ପିଟାଲରେ ଚକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବି ତାଙ୍କୁ କୌଣସି ଖାସ୍ ସାହାଯ୍ୟ ମିଳୁନାହିଁ । ଆଜି ସେହି ପୋଖରୀ କୂଳରେ ପ୍ରତିଦିନ ଏକ ମେଳା ଲାଗୁଛି । ବିଦ୍ୟାଳୟର ପିଲାମାନେ ଏବଂ ଯାତ୍ରୀମାନେ ତାଙ୍କୁ ଦେଖା କରିବାକୁ ଆସୁଛନ୍ତି, କେହି କେହି ଦୟା ଭାବେ ଖାଦ୍ୟ ସାମଗ୍ରୀ ଫିଙ୍ଗୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କି ୧୬ବର୍ଷର ନିରୀହ ପିଲା କେତେଦିନ ପର୍ଯ୍ୟନ୍ତ ଏହିପରି ପାଣିରେ ବୁଡ଼ି ରହିବ । ଏବେ ସ୍ଥାନୀୟ ଲୋକ ତାଙ୍କର ଚିକିତ୍ସା ଲାଗି ହାତ ବଢାଉଛନ୍ତି । ଆଶା ଅଛି କି ଏହି ପିଲାର କଥା କୌଣସି ଡକ୍ଟର ଏବଂ ସହୃଦୟ ମଣିଷ ପର୍ଯ୍ୟନ୍ତ ପହଞ୍ଚିବ । ଫଳରେ ତାଙ୍କ ଶରୀରର ଏହି ‘ନିଆଁ’ ଶାନ୍ତ ହୋଇପାରିବ ଏବଂ ସେ ପୁଣି ଥରେ ନିଜର ସାମାନ୍ୟ ଜୀବନକୁ ଫେରିପାରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।