ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଶ୍ରମିକ ମୃତ, ଜଣେ ଗୁରୁତର
ମାହାଙ୍ଗା, ୬।୮ : ମାହାଙ୍ଗା ବ୍ଲକ୍ କୁହୁଣ୍ଡା ପଞ୍ଚାୟତର କୋଠପଦାର ଗାଁରେ ଅଘଟଣ। ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରେ ପଡିଯାଇ ଶ୍ବାସରୁଦ୍ଧ ହୋଇ ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛି। ମୃତ ଶ୍ରମିକ ଜଣକ ହେଲେ ପ୍ରମୋଦ ଜେନା ।
ମାହାଙ୍ଗା ବ୍ଲକ୍ କୁହୁଣ୍ଡା ପଞ୍ଚାୟତର କୋଠପଦାର ଜନୈକ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରର ସେଣ୍ଟ୍ରିଂ ଖୋଲାଯାଉଥିଲା। ସେଣ୍ଟିଂ ଖୋଲିବା ପାଇଁ ସେହି ଗ୍ରାମର ଶ୍ରମିକ ପ୍ରମୋଦ ଜେନା ଓ ଅନ୍ୟ ଜଣେ ଟାଙ୍କି ଭିତରକୁ ଯାଇଥିଲେ। ତେବେ ସେଣ୍ଟିଂ ଖୋଲିବା ବେଳେ ଉଭୟ ଶ୍ବାସରୁଦ୍ଧ ହୋଇ ଯାଇଥିଲେ। ଲୋକମାନେ ଉଭୟଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ପ୍ରମୋଦଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଆହୁରି ପଢନ୍ତୁ : ଦୁଇ ରାଜ୍ୟ ମଧ୍ୟରେ ସହଯୋଗକୁ ନେଇ ଛତିଶଗଡ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।