06 AUGUST 2026

Welcome!

Unlock your personalized experience.
Sign Up

Aman Ahmed Road Accident: ଉତ୍ତର ପ୍ରଦେଶରୁ ଆସିଲା ବଡ଼ ଖବର, ମାଫିଆ ଅତିକର ସାନପୁଅର ମୃତ୍ୟୁ

Aug 06, 2026 - 13:41
Aman Ahmed Road Accident: ଉତ୍ତର ପ୍ରଦେଶରୁ ଆସିଲା ବଡ଼ ଖବର, ମାଫିଆ ଅତିକର ସାନପୁଅର ମୃତ୍ୟୁ

ନୂଆଦିଲ୍ଲୀ ୦୬/୦୮: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍ ଅହମ୍ମଦର ସାନ ପୁଅ ଅବନ୍ ଅହମ୍ମଦର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତା ସହ ଆଉ ଜଣେ ବ୍ୟକ୍ତିଙ୍କର ମଧ୍ୟ ପ୍ରାଣହାନି ହୋଇଥିବାବେଳେ, ଗାଡ଼ିରେ ଥିବା ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଅବନ୍ ଅହମ୍ମଦ ପ୍ରୟାଗରାଜରୁ ଝାନ୍ସୀ ଜେଲକୁ ନିଜ ବଡ଼ ଭାଇ ଅଲି ଅହମ୍ମଦକୁ ଭେଟିବା ପାଇଁ ଯାଉଥିଲେ। ଏହି ସମୟରେ ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ ତାର କାର ଜାତୀୟ ରାଜପଥର ଡିଭାଇଡରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରର ଆଗ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଘଟଣାର ସୂଚନା ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ଅବନ୍ ଅହମ୍ମଦ ଓ ଆଉ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ...Rajpal Yadav Property Auction: ଜେଲ୍ ପରେ ରାଜପାଲଙ୍କୁ ଆଉ ଏକ ବଡ଼ ଝଟ୍‌କା, ସମ୍ପତ୍ତି ନିଲାମ କରିବ ବ୍ୟାଙ୍କ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣାଟି ଭୋର ସମୟରେ ଘଟିଥିଲା। ଚାଳକଙ୍କୁ ନିଦ ଲାଗିଯିବାରୁ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ଅତିକ୍ ଅହମ୍ମଦର ପୁଅ ଅଲି ଅହମ୍ମଦକୁ୧ ଅକ୍ଟୋବର ୨୦୨୫ରେ ନୈନି ଜେଲରୁ ଝାନ୍ସୀ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଭେଟିବାକୁ ଯିବା ବାଟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।