ଦ୍ବିତୀୟ ସ୍ଥାନକୁ ଖସିଲେ ଜାଡେଜା, ICC ଅଲରାଉଣ୍ତର ରାଙ୍କିଂରେ ନମ୍ବର ୧ ମାର୍କୋ ଜନସେନ୍

Oct 28, 2026 - 18:02
ଦ୍ବିତୀୟ ସ୍ଥାନକୁ ଖସିଲେ ଜାଡେଜା, ICC ଅଲରାଉଣ୍ତର ରାଙ୍କିଂରେ ନମ୍ବର ୧ ମାର୍କୋ ଜନସେନ୍

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୪ ବର୍ଷ ପରେ ଆଇସିସି ଟେଷ୍ଟ ଅଲରାଉଣ୍ତର ରାଙ୍କିଂରେ ସରିଲା ରବିନ୍ଦ୍ର ଜାଡେଜାଙ୍କ ରାଜୁତି । ଟିମ୍ ଇଣ୍ତିଆ ଅଲରାଉଣ୍ତର ଜାଡେଜାଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ଅଲରାଉଣ୍ତର ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ମାର୍କୋ ଜନସେନ୍ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ ଫଳରେ ପ୍ରଥମ ଥର ପାଇଁ ବିଶ୍ୱର ନମ୍ବର ୱାନ୍ ବୋଲର ସହ ଟେଷ୍ଟ କ୍ରିକେଟରେ ନମ୍ବର ୱାନ୍ ଅଲରାଉଣ୍ଡର ହେବାର ଗୌରବ ହାସଲ କରିଛନ୍ତି ମାର୍କୋ ଜନସେନ୍ ।

ସୂଚନା ଅନୁଯାୟୀ, ଜାଡେଜା ୪୨୨ ରେଟିଂ ପଏଣ୍ଟ ସହ ଟପ-୧୦ର ଦ୍ବିତୀୟ ସ୍ଥାନକୁ ଖସିଥିବା ବେଳେ ୪୫୧ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ପହଁଞ୍ଚିଛନ୍ତି ମାର୍କୋ ଜନସେନ୍ । ତାଲିକାରେ ତୃତୀୟ ସ୍ଥାନରେ ବାଂଲାଦେଶର ମେହିଦି ହାସନ ମିରାଜ୍ ରହିଥିବା ବେଳେ ଚତୁର୍ଥରେ ଓ୍ଵିୟାନ୍ ମୁଲଡୋର ଓ ପଞ୍ଚମରେ ମିଚେଲ୍ ଷ୍ଟାର୍କ ରହିଛନ୍ତି। ଭାରତୀୟ ଖେଳାଳି ଭାବେ ଓ୍ଵାଶିଂଟନ ସୁନ୍ଦର ଟପ୍-୧୦ରେ ରହିଛନ୍ତି । ଏହି ବାମହାତୀ ଅଲରାଉଣ୍ଡର ୨୩୪ ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନରେ ଅଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ସାଇମନ ହାର୍ମର ଟପ୍-୧୦ରେ ଏଣ୍ଟ୍ରି କରିଛନ୍ତି । ତାଲିକାର ୧୫ଟି ସ୍ଥାନରେ ଥିବା ସାଇମନ ହାର୍ମର ୨୨୮ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।

ପ୍ରକାଶ ଥାଉ କି,  ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲର ଏବେ କେବଳ ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ନୁହେଁ ବରଂ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଶୀର୍ଷରେ ପହଞ୍ଚିଛନ୍ତି। ଜନସେନ୍ ପାଞ୍ଚଟି ସ୍ଥାନ ଉପରକୁ ଉଠି ନମ୍ବର ୱାନ୍ ଟେଷ୍ଟ ବୋଲର ହୋଇଛନ୍ତି। ଫଳରେ ମିଚେଲ୍ ଷ୍ଟାର୍କଙ୍କ ରାଜତ୍ୱର ଅନ୍ତ ହୋଇଛି । ମିଚେଲ୍ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)