ରାଜପଥ ପାଲଟିଛି ମୃତ୍ୟୁପଥ, ଅଢେଇ ବର୍ଷରେ ଗଲାଣି ୮୦ରୁ ଅଧିକ ଜୀବନ

Oct 28, 2026 - 19:21
ରାଜପଥ ପାଲଟିଛି ମୃତ୍ୟୁପଥ, ଅଢେଇ ବର୍ଷରେ ଗଲାଣି ୮୦ରୁ ଅଧିକ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାଜପଥ ପାଲଟିଛି ମୃତ୍ୟୁପଥ । ପାଦେ ପାଦେ ଜଗି ରହିଛି ବିପଦ । ମରଣଯନ୍ତା ପାଲଟିଛି ୫୩ ନମ୍ବର ଜାତୀୟ ରାଜପଥ । ଚଣ୍ଡିଖୋଲ ଠାରୁ ପାରାଦୀପ ଯାଏଁ ମାଳମାଳ ଟ୍ରକ୍ ରାସ୍ତା କଡ଼ରେ ପାର୍କିଂ ହେଉଛି, ଫଳରେ ଟ୍ରାଫିକ୍ ସମସ୍ୟା ସହ ବହୁ ଦୁର୍ଘଟଣା ଘଟୁଥିବା ନଜର ଆସିଛି ।

ସୂଚନା ଅନୁଯାୟୀ, ଗତ ଅଢେଇ ବର୍ଷ ଭିତରେ ୮୦ରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ଯାଇଛି । ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁଛି । ହେଲେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ୩ ନମ୍ବର ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଗାଡ଼ି ମଟର ଯାଆସ କରୁଛି । ହେଲେ ଏହି ରାସ୍ତା ପାଲଟିଛି ବେଆଇନ ପାର୍କିଂର ଆଡ୍ଡାସ୍ଥଳ । ଖାଲି ସେତିକି ନୁହେଁ, ବର୍ତ୍ତମାନ ରାସ୍ତାର ସଂପ୍ରସାରଣ ଚାଲିଛି । ହେଲେ ଆବଶ୍ୟକୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ବରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ରାଜପଥରୁ ବେଆଇନ ପାର୍କିଂ ହଟାଇବା ସହ ନିୟମତି ଯାଞ୍ଚ କରାଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି । କେବେ ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ୫୩ ନମ୍ବର ଜାତୀୟ ରାଜପଥରୁ ହଟୁଛି ବେଆଇନ ପାର୍କିଂ ? ତାହା ଦେଖିବାକୁ ବାକି ରହିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)