ଦେଓମାଳିରେ ପର୍ଯ୍ୟଟକଙ୍କୁ ପଥର ମାଡ଼, ମୋବାଇଲ ଓ ଟଙ୍କା ଲୁଟ୍

Aug 30, 2026 - 13:24
ଦେଓମାଳିରେ ପର୍ଯ୍ୟଟକଙ୍କୁ ପଥର ମାଡ଼, ମୋବାଇଲ ଓ ଟଙ୍କା ଲୁଟ୍

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ବୁଲିବାକୁ ଆସିଥିବା ପାଞ୍ଚ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ।ଦୁର୍ବୃତ୍ତ ମାନେ ପଥର ଫିଙ୍ଗି ଆକ୍ରମଣ କରିବା ସହ ସେମାନଙ୍କ ମୋବାଇଲ ଏବଂ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ କୋଟିଆ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୫ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଯାଇ ସନ୍ଧ୍ୟା ସମୟରେ ଦେଓମାଳି ଶୃଙ୍ଗରୁ ଓହ୍ଲାଉଥିଲେ। ହେଲେ ଓହ୍ଲାଉଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ପଛରୁ ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ସେମାନେ ଆହତ ହେବା ସହ ତଳେ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୨ ଟି ମୋବାଇଲ ସହ ୭ ହଜାର ଟଙ୍କା ଛଡ଼ାଇ ନେଇ ଯାଇଥିବା ଜଣାପଡ଼ିଛି। ତେବେ ଶିଖରରୁ ବହୁ କଷ୍ଟରେ ତଳକୁ ଆସିବା ପରେ ବି ସେମାନଙ୍କୁ ଫାଷ୍ଟଏଡ୍ ସୁବିଧା ମିଳିନଥିଲା। ପରେ ସେଠାରୁ ୩୦ କିମି ଦୂର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁନ୍ଦୁଲିରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇଥିଲେ ଛାତ୍ରଛାତ୍ରୀ। ଅନ୍ୟପଟେ ଦେଓମାଳି ବୁଲିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ସେଠାରେ ସାମାନ୍ୟ ଫାଷ୍ଟଏଡ୍ ସୁବିଧା କିମ୍ବା ପୋଲିସ ପେଟ୍ରୋଲିଂ କରି ସାଧାରଣ ଜୀବନକୁ ସୁରକ୍ଷା ଦେଇପାରୁନଥିବା ଯୋଗୁଁ ପର୍ଯ୍ୟଟକ ବୁଲିବାକୁ ମୁଁହ ଫେରାଉଥିବା ନେଇ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)