ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ୨ ଆହତ

Jul 07, 2026 - 16:26
ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ୨ ଆହତ

ଭୁବନେଶ୍ୱର : ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର । ରାତି ଅଧରେ ଲକ୍ଷ୍ମୀସାଗର ଅଞ୍ଚଳରେ ବୁଲିଲା ଖଣ୍ଡା । ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଲହୁଲୁହାଣ ହେଲେ ଦୋକାନୀ ଓ ମହିଳା । ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ରାସ୍ତାରେ ଖଣ୍ଡା ଓ ତେଲେଙ୍ଗା କଟୁରୀ ଧରି ଆତଙ୍କ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ଜଣେ ଦୋକାନୀଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାରେ ଜଣେ ମହିଳା ମଧ୍ୟ ଖଣ୍ଡା ଆକ୍ରମଣରେ ଆହତ ହୋଇଛନ୍ତି ।  

ଆକ୍ରମଣ ସମୟରେ ଜଣେ ମହିଳା ମଧ୍ୟ ଖଣ୍ଡା ଚୋଟରେ ଆହତ ହୋଇଥିବା ଜଣାପଡ଼ିଛି । ଉଭୟ ଆହତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଆକ୍ରମଣ କରିବାର କାରଣ କ'ଣ, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।