ବର୍ଷା ଋତୁରେ ବଢୁଛି କେଶ ଝଡିବା ! ଆଜି ହିଁ ଆପଣାନ୍ତୁ ଏହି ୫ ଉପାୟ !

Jul 07, 2026 - 16:47
ବର୍ଷା ଋତୁରେ ବଢୁଛି କେଶ ଝଡିବା ! ଆଜି ହିଁ ଆପଣାନ୍ତୁ ଏହି ୫ ଉପାୟ !

ବର୍ଷା ଆସିଲେ ଆପଣଙ୍କ ତକିଆରେ ମେଂଚେ ମେଂଚେ କେଶ ଝଡୁଛି କି? ଗାଧୋଇବା ବେଳେ ହାତରେ ଗୁଛା ଗୁଛା କେଶ ଆସୁଛି କି ? ଯଦି ହଁ  ତେବେ ଏହାକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତୁ ନାହିଁ। କାରଣ ବର୍ଷା ଋତୁରେ ହେଉଥିବା ଏହି ଛୋଟ ଭୁଲ ଆପଣଙ୍କ କେଶକୁ ଦିନକୁ ଦିନ ଦୁର୍ବଳ କରିପାରେ। କିନ୍ତୁ ଚିନ୍ତା କରନ୍ତୁ ନାହିାଁ  ଆଜି ଆମେ କହିବୁ ଡର୍ମାଟୋଲୋଜିଷ୍ଟଙ୍କ ପରାମର୍ଶ ଅନୁଯାୟୀ ସେହି ୫ଟି ସହଜ ଉପାୟ, ଯାହା ଅନୁସରଣ କଲେ ବର୍ଷା ଦିନରେ ମଧ୍ୟ ଆପଣଙ୍କ କେଶ ରହିବ ମଜବୁତ, ଘନ ଓ ସୁସ୍ଥ।

WhatsApp Image 2026-07-07 at 4.10.56 PM

ବର୍ଷା ଋତୁର ଆଗମନ ସହିତ ପ୍ରକୃତି ସବୁଜ ହୋଇଯାଏ, ପାଗ ମନୋରମ ହୁଏ ଏବଂ ଗରମରୁ ଆରାମ ମିଳେ। କିନ୍ତୁ ଏହି ଋତୁ ନିଜ ସହ ଆଣିଥାଏ କିଛି ସ୍ୱାସ୍ଥ୍ୟ ଓ ସୌନ୍ଦର୍ୟ୍ୟ ସମସ୍ୟା। ସେଥିମଧ୍ୟରୁ ସବୁଠାରୁ ସାଧାରଣ ହେଉଛି  କେଶ ଝଡ଼ିବା। ବର୍ଷା ଦିନରେ ଅନେକ ଲୋକ ଅଭିଯୋଗ କରନ୍ତି ଯେ କେଶ ଅଧିକ ପରିମାଣରେ ଝଡ଼ୁଛି, ରୁକ୍ଷ ହୋଇଯାଉଛି ଏବଂ ମୁଣ୍ଡ ତ୍ୱଚାରେ କୁଣ୍ଡିଆ ଭଳି ସମସ୍ୟା ଦେଖାଦେଉଛି।ବିଶେଷଜ୍ଞମାନଙ୍କ କହିବା ଅନୁସାରେ ବର୍ଷା ଋତୁରେ ବାତାବରଣରେ ଆର୍ଦ୍ରତା ବଢ଼ିଯାଏ। ଏହି ଆର୍ଦ୍ର ପରିବେଶ ଯୋଗୁଁ ମୁଣ୍ଡର ତ୍ୱଚାରେ ମଇଳା ସହଜରେ ଜମିଯାଏ। ଏହା ଫଙ୍ଗାଲ୍ ସଂକ୍ରମଣ, ଏବଂ ସ୍କାଲ୍ପର ଅସନ୍ତୁଳନ ସୃଷ୍ଟି କରି କେଶର ମୂଳକୁ ଦୁର୍ବଳ କରିଦିଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୁଏ।

ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଦୈନନ୍ଦିନ ଜୀବନରେ କିଛି ସରଳ ଅଭ୍ୟାସ ଆପଣାଇଲେ ଏହି ସମସ୍ୟାକୁ ବହୁ ପରିମାଣରେ ରୋକାଯାଇପାରିବ। ବର୍ଷା ପାଣିରେ କେଶକୁ ଅଧିକ ସମୟ ଓଦା ରଖନ୍ତୁ ନାହିଁ । ବର୍ଷାରେ ଭିଜିବା ଅନେକଙ୍କୁ ଭଲ ଲାଗେ । କିନ୍ତୁ ବର୍ଷା ପାଣିରେ ଧୂଳି, ପ୍ରଦୂଷଣ ଓ ବିଭିନ୍ନ ଅଶୁଦ୍ଧ ପଦାର୍ଥ ଥାଇପାରେ, ଯାହା ସ୍କାଲ୍ପକୁ କ୍ଷତି ପହଞ୍ଚାଏ। ଯଦି ବର୍ଷାରେ ଭିଜିଯାଆନ୍ତି, ଘରକୁ ଫେରି ସାଧା ପାଣିରେ କେଶକୁ ଭଲଭାବେ ଧୋଇ ନରମ ତଉଲିଆରେ ପୋଛି ଶୁଖାନ୍ତୁ । ଏହାଦ୍ୱାରା ଫଙ୍ଗାଲ୍ ସଂକ୍ରମଣର ଆଶଙ୍କା କମିଥାଏ ।

WhatsApp Image 2026-07-07 at 4.10.57 PM

କେଶର ସ୍ୱାସ୍ଥ୍ୟ ପାଇଁ ତେଲ ମାଲିସ ଅତ୍ୟନ୍ତ ଉପକାରୀ। ଗାଧୋଇବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ନଡ଼ିଆ ତେଲ କିମ୍ବା ଅନ୍ୟ କୌଣସି ହାଲୁକା ହେୟାର ଅଏଲ୍କୁ ହାଲୁକା ହାତରେ ସ୍କାଲ୍ପରେ ମାଲିସ କରନ୍ତୁ। ଏହା ସ୍କାଲ୍ପକୁ ପୋଷଣ ଦିଏ, ଶୁଷ୍କତା କମାଏ ଏବଂ କେଶର ମୂଳକୁ ଶକ୍ତିଶାଳୀ କରେ। ନିୟମିତ ତେଲ ମାଲିସ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ।କଣ୍ଡିସନରର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁାବର୍ଷା ଋତୁରେ ବାତାବରଣରେ ପୂର୍ବରୁ ହିଁ ଆର୍ଦ୍ରତା ଅଧିକ ଥାଏ। ଏପରି ସମୟରେ ଅଧିକ କଣ୍ଡିସନର ବ୍ୟବହାର କଲେ କେଶ ଭାରୀ ହୋଇଯାଏ ଏବଂ ସ୍କାଲ୍ପରେ ତେଲ ଓ ମଇଳା ଜମିବାର ସମ୍ଭାବନା ବଢ଼ିଯାଏ। ତେଣୁ କଣ୍ଡିସନରକୁ କେବଳ କେଶର ଲମ୍ବା ଅଂଶରେ ଲଗାନ୍ତୁ, ମୂଳରେ ନୁହେଁ। ଏହା କେଶକୁ ସୁରକ୍ଷିତ ରଖିବ।କେଶ ମୁଖ୍ୟତଃ ପ୍ରୋଟିନ୍ରୁ ତିଆରି। ତେଣୁ ଶରୀରରେ ପ୍ରୋଟିନ୍ର ଅଭାବ ହେଲେ କେଶ ଦୁର୍ବଳ ହୋଇଯାଏ। ବର୍ଷା ଋତୁରେ ନିଜ ଖାଦ୍ୟରେ ଡାଲି, ପନିର, ସୋୟାବିନ୍, କ୍ଷୀର ଜାତୀୟ ଖାଦ୍ୟ ସାମିଲ କରନ୍ତୁ। ଯଦି ଆପଣ ଆମିଷ ଖାଆନ୍ତି, ତେବେ ମାଛ, ଅଣ୍ଡା ଓ ଚିକେନ୍ ଭଲ ବିକଳ୍ପ।ଏହା ସହିତ ଋତୁକାଳୀନ ଫଳ ଓ ସବୁଜ ପନିପରିବା ନିୟମିତ ଖାଆନ୍ତୁ। ଏଥିରେ ଥିବା ଭିଟାମିନ୍, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ କେଶର ମୂଳକୁ ପୋଷଣ ଯୋଗାଇ ମଜବୁତ କରିଥାଏ।କେଶକୁ ପ୍ରାକୃତିକ ଭାବେ ସୁସ୍ଥ ରଖିବା ପାଇଁ ସପ୍ତାହରେ ଥରେ ଦହି ଓ ମହୁ ମିଶାଇ ହେୟାର ପ୍ୟାକ୍ ଲଗାଇପାରନ୍ତି। ଏହା ସ୍କାଲ୍ପକୁ ମଏସ୍ଚରାଇଜ୍ କରିବା ସହ କେଶକୁ ନରମ ଓ ଚମକଦାର କରିଥାଏ। ୨୦ରୁ ୩୦ ମିନିଟ୍ ପରେ ସାମାନ୍ୟ ଉଷୁମ ପାଣିରେ କେଶ ଧୋଇ ନିଅନ୍ତୁ ।

Untitledvbbb

ସେହିପରି ସପ୍ତାହକୁ ଥରେ ବିଟ୍ରୁଟ୍ ହେୟାର ପ୍ୟାକ୍ ବ୍ୟବହାର କଲେ କେଶକୁ ଅତିରିକ୍ତ ପୋଷଣ ମିଳିଥାଏ। ସାମ୍ପୁ ବ୍ୟବହାର ସମୟରେ ସିଧାସଳଖ ନଲଗାଇ ସେଥିରେ ସାମାନ୍ୟ ପାଣି ମିଶାଇ ଲଗାଇଲେ କେଶର କ୍ଷତି କମ୍ ହୋଇଥାଏ।ଯଦି କେଶ ଅତ୍ୟଧିକ ପରିମାଣରେ ଝଡ଼ୁଛି, ମୁଣ୍ଡରେ ଗୋଲାକାର ଟାକ ପଡ଼ୁଛି, ଅତ୍ୟଧିକ କୁଣ୍ଡିଆ, ଘା' କିମ୍ବା ଲାଲ୍ ଦାଗ ଦେଖାଯାଉଛି, ତେବେ ଘରୋଇ ଉପଚାରରେ ସମୟ ନଷ୍ଟ ନକରି ଜଣେ ଡର୍ମାଟୋଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ। କାରଣ କେତେକ କ୍ଷେତ୍ରରେ କେଶ ଝଡ଼ିବାର କାରଣ ହର୍ମୋନ୍ ସମସ୍ୟା, ପୋଷକ ତତ୍ତ୍ୱର ଅଭାବ କିମ୍ବା ଅନ୍ୟ କୌଣସି ରୋଗ ମଧ୍ୟ ହୋଇପାରେ।
ବର୍ଷା ଋତୁରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ, ଏହାକୁ ଅବହେଳା କରିବା ଉଚିତ୍ ନୁହେଁ। ଠିକ୍ ହେୟାର କେୟାର, ସନ୍ତୁଳିତ ଖାଦ୍ୟ, ସଠିକ୍ ସାମ୍ପୁ ବ୍ୟବହାର ଏବଂ ସ୍କାଲ୍ପକୁ ସଫା ରଖିବା ଦ୍ୱାରା ଆପଣ ଏହି ସମସ୍ୟାରୁ ବହୁ ପରିମାଣରେ ରକ୍ଷା ପାଇପାରିବେ। ମନେ ରଖନ୍ତୁ, ସୁନ୍ଦର କେଶର ରହସ୍ୟ କେବଳ ଦାମୀ ପ୍ରଡକ୍ଟ ନୁହେଁ, ବରଂ ଠିକ୍ ଅଭ୍ୟାସ ଓ ନିୟମିତ ଯତ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।