କଲ୍ୟାଣସିଂପୁର ଭିଡ଼ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

Jul 07, 2026 - 14:20
କଲ୍ୟାଣସିଂପୁର ଭିଡ଼ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ ହିଂସା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨ ଅଭିଯୁକ୍ତ ହେଲେ ଭଜରାନ ନାଇକ ଏବଂ ରାଜେଶ ଉଲ୍ଲକା । ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକଙ୍କ ଘର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳର ଦୁରିପଦର ଗ୍ରାମରେ ଏବଂ ରାଜେଶ ଉଲାକାର ଘର ଧାମୁଣିପଙ୍ଗା ପଞ୍ଚାୟତ କଟିକିନାଳ ରେ ବୋଲି ଜଣାପଡ଼ିଛି । ଏହି ୨ଜଣଙ୍କ ଗିରଫ ପରେ ଗିରଫ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବର୍ତ୍ତମାନ ସୁଦ୍ଧା ତଦନ୍ତ ସହ ପାଟ୍ରୋଲିଂ ଜାରି ରହିଛି । 
 
ସେପଟେ, ଏହି ଲଜ୍ଜାଜନକ ଘଟଣାରେ ଆଜି ଅଭିଯୁକ୍ତ ମାନଙ୍କ ଟେଷ୍ଟ୍‌ ଆଇଡେଣ୍ଟିଫିକେସନ୍‌ ବା ଟିଆଇ ପରେଡ୍ ହୋଇଛି । ବିଷମକଟକ ଉପକାରାଗରରେ ପୀଡ଼ିତା ଛାତ୍ରୀଙ୍କ ଉପସ୍ଥିତିରେ ପ୍ରାୟ ୨୩ ଜଣ ଅଭିଯୁକ୍ତଙ୍କ ଟିଆଇ ପରେଡରେ କରାଯାଇଛି  । 
 
ଆଜି ବିଷମକଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କ ଉପସ୍ଥିତିରେ ଦୀର୍ଘ ଦୁଇ ଘଣ୍ଟା ଧରି ପରେଡ୍ ଚାଲିଥିଲା । ପୀଡ଼ିତା ଘଟଣା ସଂକ୍ରାନ୍ତରେ ବୟାନ ଦେଇଥିବାବେଳେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁକିଛି କହିଛନ୍ତି । ଟିଆଇ ପରେଡ୍ ସମୟରେ ଯେଉଁମାନେ ଭିଡ଼ହିଂସାରେ  ସାମିଲ ଥିଲେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପୀଡିତା ଚିହ୍ନଟ କରିଥିବା ସୂଚନା ମିଳିଛି ।
 
ସୂଚନାନୁସାରେ, ଗତ  ଜୁନ ୧୬ ତାରିଖ ସଂନ୍ଧ୍ୟାରେ ପିଲାଚୋର ସନ୍ଦେହରେ ଦିଲ୍ଲୀରୁ ଫେଲୋସିପ ପାଇଁ ଆସିଥିବା ୨ ବାହାର ରାଜ୍ୟର ଯୁବକ, ଯୁବତୀଙ୍କୁ ଅସଦାଚରଣ କରାଯାଇଥିଲା । ପୀଡ଼ିତାଙ୍କ ବିବସ୍ତ୍ର କରି ମାଡ ମାରିଥିଲେ ସ୍ଥାନୀୟ ଲୋକେ । ପରେ ତଦନ୍ତ କରି ଘଟଣାରେ ଏପର୍ଯ୍ୟନ୍ତ ୨୪ଜଣଙ୍କୁ ଗିରଫ କରିଛି ପୋଲିସ  ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।