ଦିଲ୍ଲୀରେ କୋଠା ଭୁଶୁଡ଼ି ୬ ମୃତ, ବଢ଼ୁଛି ମୃତ୍ୟୁସଂଖ୍ୟା ଆଶଙ୍କା

Sep 07, 2026 - 11:03
ଦିଲ୍ଲୀରେ କୋଠା ଭୁଶୁଡ଼ି ୬ ମୃତ, ବଢ଼ୁଛି ମୃତ୍ୟୁସଂଖ୍ୟା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ କ୍ୟାମ୍ପସ ନିକଟରେ ଥିବା ଏହି କୋଠା ଗତକାଲି ଅପରାହ୍ଣ ୧ଟା ୩୩ ମିନିଟ୍‌ରେ ଭୁଶୁଡ଼ି ପଡ଼ିଥିଲା। କୋଠାରେ ଏକ ପେଇଂ ଗେଷ୍ଟ ହଷ୍ଟେଲ ଥିବାବେଳେ ସେଠାରେ ପ୍ରାୟ ୪୦ରୁ ୫୦ ଜଣ ରହୁଥିଲେ। ଫଳରେ ଧ୍ୱଂସାବଶେଷ ତଳେ ଆହୁରି ଅନେକ ଛାତ୍ର ଫସିଥିବା ସନ୍ଦେହ କରାଯାଉଛି।

ଏହି ଅଘଟଣରେ ୬ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଏନ୍‌ଡିଆରଏଫ୍‌, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ, ପୌର ନିଗମ, ସିଏଟିଏସ୍‌ ଏବଂ ସିଭିଲ୍‌ ଡିଫେନ୍ସ ଟିମ୍‌ ନିୟୋଜିତ ଅଛନ୍ତି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ବେସମେଣ୍ଟରେ ମରାମତି କାମ ଚାଲିଥିବା ସମୟରେ କୋଠାଟି ଭୁଶୁଡ଼ି ପଡ଼ିଥିବା ପ୍ରାଥମିକ ଭାବେ କୁହାଯାଉଛି। ବିଲଡିଂରେ ମୋଟ ୧୦ଟି ରୁମ୍‌ ଥିଲା। କୋଠାର ମାଲିକ ଗୁରୁଗ୍ରାମର ଆନନ୍ଦ ବନସଲ ବୋଲି ଜଣାପଡ଼ିଛି। ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳ ପରିଦର୍ଶନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ଯିଏ ବି ହୋଇଥାଉ, ତାଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ, ଯେଉଁ ସବୁ କୋଠାରେ ଛାତ୍ରଛାତ୍ରୀ ରହୁଛନ୍ତି, ସେସବୁର ସୁରକ୍ଷା ଯାଞ୍ଚ କରିବାକୁ ବିଭିନ୍ନ ଛାତ୍ର ସଂଗଠନ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)