ଦାଦାବଟି ନଦେବାରୁ ଖଣ୍ଡାରେ ଆକ୍ରମଣ, ଯୁବକ ଓ ମାମୁଁ ଆହତ

Aug 27, 2026 - 13:27
ଦାଦାବଟି ନଦେବାରୁ ଖଣ୍ଡାରେ ଆକ୍ରମଣ, ଯୁବକ ଓ ମାମୁଁ ଆହତ

ନନ୍ଦିଘୋଷ ବ୍ୟୁରୋ : ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଭରତପୁର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ଅପରାଧୀଙ୍କ ହଲ୍ଲାବୋଲ। ଖଣ୍ଡାରେ ହାଣି ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଅଟକାଇବାରୁ ତାଙ୍କ ମାମୁଁଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆହତ ଯୁବକ ଜଣକ ହେଲେ ଅଂଶୁମାନ ପଟ୍ଟନାୟକ। ତାଙ୍କର ଏକ ସେଲ୍ଫ ଡ୍ରାଇଭ୍ କାର୍ ସୋରୁମ୍ ରହିଛି।

ଗତକାଲି ରାତି ପ୍ରାୟ ୯ଟା ସମୟରେ ଅଂଶୁମାନ ଭରତପୁରସ୍ଥିତ ଆୟୁର୍ବେଦିକ୍ ହସ୍ପିଟାଲ ନିକଟରେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ, ଏନେଇ ଆହତ ଦୁଇଜଣ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ରାଜନେତାଙ୍କ ଛତ୍ରଛାୟାରେ ରହି ବାରମ୍ବାର ଏଭଳି କାଣ୍ଡ ଭିଆଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)