Nepal Flash Floods: ନେପାଳ ପ୍ରଳୟଙ୍କରୀ ବନ୍ୟା : ଖୋର୍ଦ୍ଧାର ଦୁଇ ବସିନ୍ଦା ନିଖୋଜ
"ଭୁବନେଶ୍ବର: ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ଅତିକମରେ ୩୦୦ ଜଣ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ଲୋକ ନିଖୋଜ ଅଛନ୍ତି।
ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ ଏହି ସୂଚନା ଦେବା ସହ କହିଛନ୍ତି ଯେ ରସୁୱା ଅଞ୍ଚଳରେ ଘଟିଥିବା ଏହି ଅଘଟଣାର ପ୍ରାଥମିକ ଆକଳନ ଅନୁଯାୟୀ ୧୬୦ ଜଣଙ୍କ ମୃତ୍ୟୁ ଘଟିସାରିଛି।Advertisment ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ୨୦୨୬ ଅଗଷ୍ଟ ୨୨ରେ ନେପାଳରେ ପହଞ୍ଚିଥିଲେ।
ବର୍ତ୍ତମାନ ସେମାନଙ୍କର ମୋବାଇଲ୍ ଫୋନ୍ ବନ୍ଦ ରହିଛି।
କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନାହିଁ।
ତାଙ୍କ ଭଉଣୀଙ୍କଠାରୁ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି।
ଦମ୍ପତି ୨୦୧୮ରୁ ଅଷ୍ଟ୍ରେଲିଆରେ ବସବାସ କରୁଛନ୍ତି।
ଖବର ଲେଖାହେଲା ପର୍ଯ୍ୟନ୍ତ ସନ୍ଦୀପ ଓ ସିଦ୍ଧାର୍ଥୀଙ୍କ କୌଣସି ପ୍ରକାର ସୂଚନା ମିଳି ପାରି ନଥିଲା।
ଯୁବବର୍ଗମାନଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଆସିବା ଉଚିତ୍: ଜେନ୍-ଜିଙ୍କ ସହ ଖେଲୋ ଇଣ୍ଡିଆ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ସେହିପରି ପୁରୀ ଜିଲ୍ଲାର ବାସିନ୍ଦା ରାକେଶ କୁମାର ପଣ୍ଡା ଅନ୍ୟ ଦୁଇଜଣଙ୍କ ସହ ନେପାଳ ଯାଇଥିଲେ।
ରାକେଶଙ୍କ ସମେତ ତାଙ୍କ ସହ ଥିବା ଦୁଇ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ସମସ୍ତେ ରକ୍ସୌଲ୍ ସୀମା ଚେକ୍ ପୋଷ୍ଟ ଅତିକ୍ରମ କରି ଭାରତ ଫେରୁଥିବା ସୂଚନା ମିଳିଛି।
ଏହି କ୍ରମରେ ଓଡ଼ିଶାର ୬ ଜଣ ଫୁଟବଲ୍ ଖେଳାଳିଙ୍କ ଏକ ଦଳ, କୋଚ୍ ହଲିମଙ୍କ ସହ ନେପାଳର ପୋଖରାଠାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳିବା ପାଇଁ ଯାଇଥିଲେ।
କୋଚ୍ଙ୍କ ସୂଚନା ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି।
ମାନସରୋବର ଯାତ୍ରା ପାଇଁ ବ୍ୟବହୃତ ମୁଖ୍ୟ ମାର୍ଗଟି ପ୍ରଭାବିତ ହୋଇଥିବାରୁ ନିଖୋଜ ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ରହିଛନ୍ତି।
ସେମାନଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ନେପାଳ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
