ଥାନାଠାରୁ ୧୦୦ ମିଟର ଦୂରରେ ବଡ଼ ଧରଣର ଡକାୟତି, ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ

Aug 23, 2026 - 12:19
ଥାନାଠାରୁ ୧୦୦ ମିଟର ଦୂରରେ ବଡ଼ ଧରଣର ଡକାୟତି, ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ

ନନ୍ଦିଘୋଷ ବ୍ୟୁରୋ ; ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଘଟିଛି ବଡ଼ ଧରଣର ଡକାୟତି। ଥାନାଠାରୁ ମାତ୍ର ୧୦୦ ମିଟର ଦୂର ମୁଖ୍ୟ ଛକରେ ଥିବା ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ନୂଆ ବୋଲେରୋ ଗାଡ଼ିରେ ୬ ଜଣ ଡକାୟତ ମାରଣାସ୍ତ୍ର ଧରି ଆସିଥିବା ବେଳେ, ୪ ଜଣ ଘର ଭିତରକୁ ପଶିଥିଲେ ଏବଂ ୨ ଜଣ ବାହାରେ ଜଗି ରହିଥିଲେ।

ଫୁଲଚନ୍ଦଙ୍କ ପୁଅ ଓ ବୋହୂ ମେଡିକାଲ କାମରେ ବାହାରକୁ ଯାଉଥିବା ସମୟରେ ଘରେ ଫୁଲଚନ୍ଦ, ତାଙ୍କ ବୃଦ୍ଧା ସ୍ତ୍ରୀ ଓ ନାତୁଣୀ ଥିଲେ। ଏହି ସମୟରେ ଡକାୟତମାନେ ଘରେ ପଶି ଫୁଲଚନ୍ଦ ଓ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟ୍ କରିଥିଲେ। ଲୁଟ୍ ପରେ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇଯାଇଥିଲେ ଦୁର୍ବୃତ୍ତ। ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)