ଢେଙ୍କାନାଳ ମେଡିକାଲରେ ଅନ୍ଧାରରେ ଚିକିତ୍ସା

Sep 10, 2026 - 12:53
ଢେଙ୍କାନାଳ ମେଡିକାଲରେ ଅନ୍ଧାରରେ ଚିକିତ୍ସା

ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳ ମେଡିକାଲରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ବିଦ୍ୟୁତ୍‌ କଟିଯିବା ପରେ ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡ଼ିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଅନ୍ଧାରରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ ଜେନେରେଟର ଥାଇ ମଧ୍ୟ ତାହା କାମରେ ଆସୁନଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ସମ୍ପର୍କୀୟ। ଜରୁରୀ ସମୟରେ ବିକଳ୍ପ ବିଦ୍ୟୁତ୍‌ ବ୍ୟବସ୍ଥା କାହିଁକି କରାଯାଉନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ବ୍ୟବସ୍ଥାକୁ ନେଇ ତଦନ୍ତ ଦାବି ହୋଇଛି। ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକ୍‌ର ଲୋକେ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)