ଡ୍ରାଇଭରଙ୍କ ଆନ୍ଦୋଳନରେ ରଣକ୍ଷେତ୍ର ରାଜଧାନୀ: ପୋଲିସର ଲାଠିଚାର୍ଜ

Aug 19, 2026 - 15:38
ଡ୍ରାଇଭରଙ୍କ ଆନ୍ଦୋଳନରେ ରଣକ୍ଷେତ୍ର ରାଜଧାନୀ: ପୋଲିସର ଲାଠିଚାର୍ଜ

ନନ୍ଦିଘୋଷ ବ୍ୟୁରୋ; ରଣକ୍ଷେତ୍ରରେ ପରିଣତ ହେଲା ରାଜଧାନୀର ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳ। ଅନଲାଇନ୍‌ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ଦେଖାଦେଇଥିଲା ଉତ୍ତେଜନା। ହଜାର ହଜାର ଡ୍ରାଇଭର ଆନ୍ଦୋଳନ କରୁଥିବା ବେଳେ ହିଂସାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଉପରକୁ ଟେକା ମାଡ଼ ସହ ଏକ ଆମ୍ବୁଲାନ୍ସ ଭଙ୍ଗାରୁଜା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା। ଡିସିପି କହିଛନ୍ତି, ଆଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗାଡ଼ି ସିଜ୍‌ କରାଯିବା ସହ ଆବଶ୍ୟକ ପଡ଼ିଲେ ଗିରଫ ମଧ୍ୟ କରାଯିବ। ଡ୍ରାଇଭରମାନଙ୍କୁ ଗୋଟିଏ ଦିନ ପାଇଁ ଆନ୍ଦୋଳନର ଅନୁମତି ମିଳିଥିଲା, କିନ୍ତୁ ନିୟମ ଉଲ୍ଲଂଘନ କରି ସେମାନେ ଆନ୍ଦୋଳନ କରିଥିବା ପୋଲିସ କହିଛି ଓଲା, ଉବର ଓ ରାପିଡୋ ଡ୍ରାଇଭରଙ୍କୁ କମ୍ପାନୀଗୁଡ଼ିକ ଶୋଷଣ କରୁଥିବା ଅଭିଯୋଗରେ ଏହି ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନ ଯୋଗୁଁ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଷ୍ଟ୍ରାଇକ୍‌ ଯୋଗୁଁ ଜଣେ ମହିଳା ଯାତ୍ରୀ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media