Welcome!

Unlock your personalized experience.
Sign Up

ଡେବ୍ୟୁ ଫିଲ୍ମରେ ଜାତୀୟ ପୁରସ୍କାର, ସଚନାଙ୍କ ଭାବବିହ୍ବଳ ପୋଷ୍ଟ

Jul 19, 2026 - 22:03
ଡେବ୍ୟୁ ଫିଲ୍ମରେ ଜାତୀୟ ପୁରସ୍କାର, ସଚନାଙ୍କ ଭାବବିହ୍ବଳ ପୋଷ୍ଟ

ନୂଆଦିଲ୍ଲୀ: ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ୨୦୨୪ ମସିହାରେ ଆସିଥିବା ଫିଲ୍ମ ପାଇଁ ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ତାମିଲ ଚଳଚ୍ଚିତ୍ର 'ମହାରାଜା'ରେ ନିଜର ଚମତ୍କାର ଅଭିନୟ ପାଇଁ ଚାଇଲ୍ଡ ଆର୍ଟିଷ୍ଟସଚନାନମିଦାସଜିତିଛନ୍ତି 'ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍' ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନିଜର ଡେବ୍ୟୁ (ପ୍ରଥମ) ଫିଲ୍ମରେ ଏଭଳି ସଫଳତା ପାଇ ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଜାତୀୟ ପୁରସ୍କାର ପାଇଁ ନିଜ ନାମ ଘୋଷଣା ହେବା ମାତ୍ରେ ସଚନା ନିଜକୁ ସମ୍ଭାଳି ପାରିନଥିଲେ। ସେ ସେହି ଭାବପୂର୍ଣ୍ଣ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ କହିଛନ୍ତି, "ଯେଉଁ ଛୋଟ ଝିଅଟି ଦିନେ ସ୍ୱପ୍ନ ଦେଖିବାର ସାହସ କରିଥିଲା, ସେ କେବେ ଭାବିନଥିଲା ଯେ ତା'ର ପ୍ରଥମ ଫିଲ୍ମ ହିଁ ତାକୁ ଜାତୀୟ ପୁରସ୍କାର ଦେବ।"

 
 
 
 
 
 
 
 
 
 
 
 
 
 
 

 

ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଥିବାବେଳେ ଫ୍ୟାନ୍ସମାନେ ଏହାକୁ ଭଲ ପାଇବା ଦେଇଛନ୍ତି । ଅନେକ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆଉ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମୁଁ ଗଭୀର କୃତଜ୍ଞତା ଜଣାଉଛି । ମୋ ଉପରେ ବିଶ୍ବାସ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ । ସଚନା ନିଜ ପୋଷ୍ଟରେ ନିର୍ଦ୍ଦେଶକ ନିଥିଲନ୍, ଅଭିନେତା ବିଜୟ ସେତୁପାତି, ନିଜ ପରିବାର ଏବଂ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମ୍ମାନ ତାଙ୍କ ପାଇଁ ବହୁତ କିଛି ବହନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

 
 
 
 
 
 
 
 
 
 
 
 
 
 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।