Welcome!

Unlock your personalized experience.
Sign Up

1920 Winter Is Coming: ‘୧୯୨୦: ୱିଣ୍ଟର ଇଜ୍ କମିଂ’ରେ ଲିଡ୍ ହେବେ ଆହାନ, ନଭେମ୍ବରେ ଫିଲ୍ମର ସୁଟିଂ

Jul 20, 2026 - 11:04
1920 Winter Is Coming: ‘୧୯୨୦: ୱିଣ୍ଟର ଇଜ୍ କମିଂ’ରେ ଲିଡ୍ ହେବେ ଆହାନ, ନଭେମ୍ବରେ ଫିଲ୍ମର ସୁଟିଂ

ନୂଆଦିଲ୍ଲୀ ୨୦/୦୭: ନିକଟରେ ବିକ୍ରମ ଭଟ୍ଟଙ୍କ ରିଲିଜ୍ କରିଥିବା ଫିଲ୍ମ, ‘ହଣ୍ଟେଡ୍: ଘୋଷ୍ଟସ୍ ଅଫ୍ ଦି ପାଷ୍ଟ’ ଖୁବ୍ ଚର୍ଚ୍ଚାରେଥିଲା। କିଛି ସମାଲୋଚକ ଏହାର ଭିଜୁଆଲ୍ ପାଇଁ ଫିଲ୍ମଟିକୁ ସମାଲୋଚନା କରିଥିଲେ ମଧ୍ୟ, ଏହା ବକ୍ସ ଅଫିସରେ ୧୬ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା। ଫିଲ୍ମର ସଫଳତା ପରେ, ବିକ୍ରମ ଭଟ୍ଟ ତାଙ୍କର ପରବର୍ତ୍ତୀ ହରର୍ ପ୍ରୋଜେକ୍ଟ ଘୋଷଣା କରିଥିଲେ। ଗତ ମାସରେ, ସେ ଏକ ମୋସନ୍ ପୋଷ୍ଟର ସେୟାର କରିଥିଲେ ଯେଉଁଥିରେ ସେ ପ୍ରକାଶ କରିଥିଲେ ଯେ ସେ ‘୧୯୨୦: ୱିଣ୍ଟର ଇଜ୍ କମିଂକୁ ଆଗକୁ ବଢାଉଛନ୍ତି। ତା’ ପରଠାରୁ ଫିଲ୍ମରେ କିଏ ମୁଖ୍ୟ ଭୂମିକାରେ ଆସିବେ ସେ ସଂପର୍କରେ ଚର୍ଚ୍ଚା ଜାରିଥିଲା । ଏବେ ସେହି କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।

ସେହି ପ୍ରୋଜେକ୍ଟରେ ଅଭିନେତା ଆହାନ ସେଟ୍ଟୀଙ୍କ ଏଣ୍ଟ୍ରି ହୋଇଥିବା ସୂଚନା ମିଳିଛି । ‘୧୯୨୦: ୱିଣ୍ଟର ଇଜ୍ କମିଂ’ର ପ୍ରଯୋଜନାରେ ଆନନ୍ଦ ପଣ୍ଡିତ ରହିଛନ୍ତି । ଏହାର ବଜେଟ୍ ୧୪ କୋଟି ରହିବ । ଚଳିତବର୍ଷ ଅକ୍ଟୋବର ଏବଂ ନଭେମ୍ବର ମାସରେ ଶିମ୍‌ଲାରେ ଏହାର ସୁଟିଂ କରାଯିବ । କୌଣସି ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିପାରେ ।

ଆହୁରି ପଢ଼ନ୍ତୁ...Ramayana Pratham Sankalp: 'ଶ୍ରୀରାମ ଦେବତା ନା ମଣିଷ' ? କୁମାର ବିଶ୍ବାସ ଦୂର କଲେ ରଣବୀରଙ୍କ ଦ୍ବନ୍ଦ

୨୦୨୧ରେ ‘ତଡ଼ପ’ ଫିଲ୍ମ ଜରିଆରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଆହାନ । ମିଲନ ଲୁଥରିୟାଙ୍କ ନିର୍ଦ୍ଦେଶିତ ସେହି ଫିଲ୍ମରେ ତାଙ୍କ ସହ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସେ ଅନୁରାଗ ସିଂହଙ୍କ ୱାର ଡ୍ରାମା ଫିଲ୍ମ ‘ବର୍ଡର-୨’ରେ ନଜର ଆସିଥିଲେ । ସେଥିରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା । ଏହି ସମୟରେ, ଆହାନଙ୍କୁ ବିକ୍ରମ ଭଟ୍ଟଙ୍କ ହରର ଫିଲ୍ମ '୧୯୨୦: ୱିଣ୍ଟର ଇଜ୍ କମିଂ'ରେ କାମ କରିବାର ସୁଯୋଗ ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।