Gold Diamonds: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ନୂଆ ସୋରୁମ୍‌

Jul 19, 2026 - 22:03
Gold Diamonds: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ନୂଆ ସୋରୁମ୍‌

"ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ସହିଦଗରରେ ଏହାର ଫ୍ଲାଗ୍‌ସିପ୍‌ ‌ସୋରୁମ ଖୋଲାଯାଇଛି।

ଏହାକୁ ବଲିଉଡ୍‌ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍‌ ସିଂହ ଉଦ୍‌ଘାଟନ କରିଛନ୍ତି।

ରମା‌ଦେବୀ କଲେଜ ଅପରପାର୍ଶ୍ବରେ ଜନପଥରେ ଖୋଲିଥିବା ଏହି ସୋରୁମକୁ ୬୫୦୦ ବର୍ଗଫୁଟରେ ସ୍ଥାପନ କରାଯାଇଛି।

ସେଥିରେ ଗ୍ରାହକମାନେ ଗୋଟିଏ ଛାତ ତଳେ ସେନ୍‌କୋର ବ୍ୟାପକ ସୁନା, ହୀରା ଓ ପ୍ଲାଟିନମ୍‌ ଗହଣା ପାଇପାରିବେ।Advertisment ପ୍ରତି ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ସୋରୁମ୍‌ରେ ବ୍ରାଇଡାଲ୍‌ ଗହଣାଠାରୁ ଆରମ୍ଭ କରି ଷ୍ଟେଟ୍‌ମେଣ୍ଟ୍‌ ଓୟାର ଓ ସମସାମୟିକ ଗହଣା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଗହଣା ରହିଛି।ଏହି ଅବସରରେ ରକୁଲ୍‌ ଦଶ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଗ୍ରାମ ସୁନା ପେଣ୍ଡାଣ୍ଟ ପୁରସ୍କାର ଦେଇଇଥିଲେ।

ନୂଆ ‌‌‌ସୋରୁମ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ କହିଛନ୍ତି ଯେ ଓଡ଼ିଶାରେ ଆମ ଯାତ୍ରାରେ ଜନପଥ ଷ୍ଟୋର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ।

ଏହି ବଜାର ସହ ସେନ୍‌କୋର ନିବିଡ଼ ସମ୍ପର୍କ ରହିଛି।

ଆଗକୁ ଉତ୍ସବ ଋତୁ ଆସୁଥିବା ବେଳେ ଆମେ ଆମର ଉତ୍କୃଷ୍ଟ କାରିଗରୀ, ଡିଜାଇନ ଓ ବ୍ୟାପକ ଗହଣା ସମ୍ଭାର ଜରିଆରେ ଏହି ଅଞ୍ଚଳର ଗ୍ରାହକମାନଙ୍କୁ ଉଲ୍ଲସିତ କରିବାକୁ ପ୍ରସ୍ତୁତ ଅଛୁ।

Offer: ଡୁରିଆନ୍‌ରେ ୬୦% ପର୍ଯ୍ୟନ୍ତ ରିହାତି ସେହିପରି, କମ୍ପାନିର ଡାଇରେକ୍ଟର ଓ ମାର୍କେଟିଂ ହେଡ୍‌ ଜୋଇତା ସେନ କହିଛନ୍ତି ଯେ ଗହଣା ପାଇଁ ଉତ୍ସବ ଋତୁ ହେଉଛି ଏକ ଅର୍ଥପୂର୍ଣ୍ଣ ସମୟ।

ଆମର ଜନପଥ ଷ୍ଟୋର ଓଡ଼ିଶା ଗ୍ରାହକମାନଙ୍କ ଉଦୀୟମାନ ଅଭିଳାଷକୁ ପ୍ରତିଫଳିତ କରୁଛି।

ରକୁଲ ଓ ଆମ ଭୁବନେଶ୍ବର ଗ୍ରାହକମାନଙ୍କ ସହ ଏହି ଉଦଘାଟନୀ ସମା‌ରୋହକୁ ପାଳନ କରୁଥିବାରୁ ଆବେ ବହୁତ ଖୁସି ବୋଲି ସେ କହିଛନ୍ତି।

ଏହି ଅବସରରେ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀ ଓ ଗ୍ରାହକମାନେ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।