ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ଘୋଷଣା !

Oct 07, 2026 - 16:11
ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ଘୋଷଣା !

ନନ୍ଦିଘୋଷ ବ୍ୟୁରୋ: ହରମନପ୍ରୀତଙ୍କ ଜାଗା ନେଲେ ସ୍ମୃତି ମନ୍ଧାନା । ବଡ ଦାୟିତ୍ବ ଦେଲା ବିସିସିଆଇ । ଏଥର କ୍ୟାପ୍ଟେନ ସାଜି ମୈଦାନକୁ ଓହ୍ଲାଇବେ ସ୍ମୃତି ମନ୍ଧାନା । ଜିମ୍ବାଓ୍ବେରେ ହେବାକୁ ଥିବା ଟି-୨୦ ଏବଂ ଓ୍ବାନ୍ ଡେ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ମହିଳା କ୍ରିକେଟ ଟିମ୍ ର ଘୋଷଣା କରାଯାଇଛି । ମଙ୍ଗଳବାର ଅପରାହ୍ଣରେ ହରମନପ୍ରୀତ କୌର ତିନୋଟି ଫର୍ମାଟର ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ନେଇ ଘୋଷଣା କରିଥିଲେ ଏବଂ ସେହିଦିନ ବିଳମ୍ବିତ ରାତିରେ ଆଗାମୀ ସିରିଜ୍ ପାଇଁ ଟିମ ର ଘୋଷଣା କରାଯାଇଥିଲା । ଯେଉଁଥିରୁ ଅନୁମାନ କରାଯାଉଛି ଯେ, ଏହା ପୂର୍ବ ଦିନ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା, ଯେଉଁଠାରେ ସ୍ମୃତି ମନ୍ଧାନା ମଧ୍ୟ ଉପସ୍ଥିତ ଥିଲେ । ଏବେ ବୋର୍ଡ ଆନୁଷ୍ଠାନିକ ଭାବରେ ମନ୍ଧାନାଙ୍କୁ ମହିଳା କ୍ରିକେଟ ଟିମ୍ ନୂତନ ଅଧିନାୟକ ଭାବେ ଘୋଷଣା କରିଛି । ସେହିପରି ଶେଫାଳୀ ବର୍ମା ଏବଂ ଦିପ୍ତୀ ଶର୍ମାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।  ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ହେବା ପରେ ସ୍ମୃତି ମନ୍ଧାନା କହିଛନ୍ତି, ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ପାଇବା ମୋ ପାଇଁ ଏକ ବିଶେଷ ସମ୍ମାନର କଥା । ଏଥିପାଇଁ ସେ ବିସିସିଆଇ, ଚୟନକର୍ତ୍ତା ଏବଂ ସାଥୀ ଖେଳାଳୀଙ୍କୁ ତାଙ୍କ ପ୍ରତି ବିଶ୍ବାସ ରଖିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ସେ ହରମନପ୍ରୀତ କୌର ଏବଂ ଅନ୍ୟ ଅଧିନାୟକଙ୍କ ଯୋଗଦାନକୁ ମଧ୍ୟ ପ୍ରଶଂସା କରିଥିଲେ  ଏବଂ ଇଣ୍ଡିଆନ୍ କ୍ରିକେଟ୍ ଟିମକୁ ଆଗକୁ ନେଇଯିବାକୁ ସେ ତାଙ୍କ ବେଷ୍ଟ୍ ଦେବାକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ ।

ତେବେ ଏହି ଜିମ୍ବାଓ୍ବେ ଗସ୍ତ ସହିତ ସ୍ମୃତି ମନ୍ଧାନା ଫୁଲ୍ ଟାଇମ୍ ଅଧିନାୟକ ଭାବେ ତାଙ୍କର ଯାତ୍ରା ଆରମ୍ଭ କରିବେ । ସେହିପରି ଶେଫାଳୀଙ୍କୁ ଟି-୨୦ ର ଏବଂ ଦିପ୍ତୀଙ୍କୁ ଓ୍ବାନ୍ ଡେ ର ଉପ-ଅଧିନାୟକ ଭାବେ ଗୁରୁଦାୟିତ୍ବ ମିଳିଛି । ଘୋଷଣା ହାେଇଥିବା ଭାରତୀୟ ମହିଳା ଟି-୨୦ ସ୍କ୍ବାର୍ଡରେ ସ୍ମୃତି ମନ୍ଧାନା(ଅଧିନାୟକ), ଶେଫାଳୀ ବର୍ମା(ଉପଅଧିନାୟକ), ନିକୀ ପ୍ରସାଦ, ହରମନପ୍ରୀତ କୌର, ଅନୁଷ୍କା ଶର୍ମା, ରିଚା ଘୋଷ, କମଳିନୀ, ଦିପ୍ତୀ ଶର୍ମା, ପ୍ରେମା ରାଓ୍ବତ, ଶ୍ରୀ ଚରଣୀ, ନନ୍ଦାନୀ ଶର୍ମା, କ୍ରାନ୍ତି ଗୌଡ, ଅରୁନ୍ଧତୀ ରେଡ୍ଡି, ଜିନ୍ତିମଣି କଲିତା ଏବଂ ମିନ୍ନୁ ମଣି ପ୍ରମୁଖ ଅଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)