29 JULY 2026

Welcome!

Unlock your personalized experience.
Sign Up

ଚୁଡ଼ିଆଲାଞ୍ଜିରେ ମା’-ପୁଅକୁ ହତ୍ୟା ମାମଲା : ଭଣଜା-ମାଇଁଙ୍କୁ ଆଜୀବନ କାରାଦଣ୍ଡ

Jul 29, 2026 - 18:05
ଚୁଡ଼ିଆଲାଞ୍ଜିରେ ମା’-ପୁଅକୁ ହତ୍ୟା ମାମଲା : ଭଣଜା-ମାଇଁଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର, ୨୯।୭ : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଘଟିଥିବା ବହୁଚର୍ଚ୍ଚିତ ମାଆ–ପୁଅ ହତ୍ୟାକାଣ୍ଡ ମାମଲାର ଚୂଡ଼ାନ୍ତ ରାୟ ଆଜି ବ୍ରହ୍ମପୁର ଓପିଆଇଡି ବିଚାରପତି ସଙ୍ଗୀତା ପାଣିଙ୍କ କୋର୍ଟରେ ପ୍ରକାଶ ପାଇଛି । କୋର୍ଟ ମାମଲାର ଦୁଇ ଅଭିଯୁକ୍ତ ଭଣଜା ଜି. ଦେବେନ୍ଦ୍ର ରେଡ୍ଡୀ ଓ ସାନମାଇଁ ଡି. ଗୋନାମ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୨୪ ମସିହା ଫେବୃଆରୀ ୧୮ ତାରିଖ ମଧ୍ୟରାତ୍ରିରେ ଚୁଡ଼ିଆଲାଞ୍ଜି ଗାଁର ଡି. ନୀଳାବେଣୀ (୩୫) ଓ ତାଙ୍କର ନାବାଳକ ପୁଅ ଡି. ଋଷିଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଘଟଣାଟି ଆତ୍ମହତ୍ୟା ପରି ଲାଗୁଥିଲେ ମଧ୍ୟ, ପୁଲିସର ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଜି. ଦେବେନ୍ଦ୍ର ରେଡ୍ଡୀ ଓ ଡି. ଗୋନାମ୍ମାଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ପ୍ରଘଟ ହୋଇଯିବାର ଭୟରେ ଉଭୟ ମିଶି ବଡ଼ମାଇଁ ନୀଳାବେଣୀ ଓ ତାଙ୍କ ନାବାଳକ ପୁଅଙ୍କୁ ତଣ୍ଟି ଚାପି ହତ୍ୟା କରିଥିଲେ। ମାମଲାର ବିଚାର ସମୟରେ ୩୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଓପିଆଇଡି କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଆହୁରି ପଢନ୍ତୁ : ଲଗାଣ ବର୍ଷାରେ ବୁଡ଼ିଲା ଚଣାଗଡି ପୋଲ , ଯୋଗାଯୋଗ ବିଚ୍ଛିନ୍ନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।