ମସାଲା ସୋୟାମଞ୍ଜି
ସାମଗ୍ରୀ _ ସୋୟାବିନ୍ ମଞ୍ଜି, ପିଆଜ, ରସୁଣ, ଅଦା, ଟମାଟୋ, ଭୃସଙ୍ଗ ପତ୍ର, ହଳଦୀ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ତେଜପତ୍ର, ସିଝା ଅଣ୍ଡା, ଲୁଣ, ଧନିଆ ପତ୍ର ।
ପ୍ରସ୍ତୁତି _ ପ୍ରଥମେ ସୋୟା ମଞ୍ଜିକୁ ୪ ରୁ ୫ଘଣ୍ଟା ବତୁରାଇ ସିଝାଇ ନିଅନ୍ତୁ । ଏହାପରେ ସିଝା ଅଣ୍ଡାକୁ ତେଲରେ ଭାଜି ରଖନ୍ତୁ । ଏହାପରେ କରେଇରେ ତେଜପତ୍ର ଓ ଭୃସଙ୍ଗ ପତ୍ର ଦେଇ ଛୋଟଛୋଟ କଟା ହୋଇଥିବା ପିଆଜକୁ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ ଅଦା ରସୁଣ ବଟା ପକାନ୍ତୁ । ଏହା ଅଳ୍ପ ସମୟ କସି ହେବା ପରେ ଏଥିରେ ଟମାଟୋ ବଟା ଦିଅନ୍ତୁ । ବର୍ତ୍ତମାନ ଏଥିରେ ସ୍ବାଦ ଅନୁସାରେ ସମସ୍ତ ଗୁଣ୍ଡ ମସଲାକୁ ପକାଇ ଦିଅନ୍ତୁ । ମସଲା ଭଲ ଭାବେ କସି ହେବା ପରେ ଏଥିରେ ସିଝା ସୋୟାବିନ ମଞ୍ଜିକୁ ପକାଇ କସନ୍ତୁ । ମାରି ମରିବା ପରେ ଏଥିରେ ଭଜା ସିଝା ଅଣ୍ଡାକୁ ଛୋଟ ଛୋଟ ଖଣ୍ଡ କାଟି ପକାଇ ଦିଅନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ମସାଲା ସୋୟା ମଞ୍ଜି ତରକାରୀ । ଆପଣ ଚାହିଁଲେ ଏହାକୁ ଅଣ୍ଡା ନଦେଇ ମଧ୍ୟ କରିପାରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।