ଘନେଇଲା ବାତ୍ୟା ଭୟ !

Nov 01, 2026 - 10:44
ଘନେଇଲା ବାତ୍ୟା ଭୟ !

ନନ୍ଦିଘୋଷ ବ୍ୟୁରୋ: ଘନେଇଲା ବାତ୍ୟା ଭୟ  । ଅତିଭୀଷଣ ବାତ୍ୟା ଅର୍ଣ୍ଣବ ବିପର୍ଯ୍ୟୟରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଦାନା ବାନ୍ଧିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଶନିବାର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ରୂପ ନେଇ ବାତ୍ୟାର ରୂପ ନେଇପାରେ ।

ଧୀରେ ଧୀରେ ଏହା ଉପକୂଳମୁହାଁ ହେବା ସହ ନଭେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ରୂପ ନେଲେ ଏହାର ନାଁ ରହିବ ମୁରସୁ । ଏହା ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ରହିଛି । ଏହା ପ୍ରଭାବରେ ୨ ନଭେମ୍ବରରୁ ଓଡ଼ିଶାରେ ବଢ଼ିବ ବର୍ଷା । ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅଧିକ ପ୍ରଭାବ ଆଶଙ୍କା ରହିଛି । ପବନର ବେଗ ୭୦ କିମି ଛୁଇଁପାରେ । ନଭେମ୍ବର ୧ ତାରିଖରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ନଭେମ୍ବର ୨ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ରହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)