ମଇଁଷିଙ୍କ ବିୟୁଟିପାର୍ଲର
ମଣିଷଙ୍କ ପାଇଁ ବିୟୁଟି ପାର୍ଲର ଆପଣ ଅନେକ ଦେଖିଥିବେ, କିନ୍ତୁ ଏବେ ମଇଁଷିମାନଙ୍କ ପାଇଁ ମଧ୍ୟ ବିୟୁଟି ପାର୍ଲର ଖୋଲିଛି । ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ସନ୍ଦୀପ ଜାଖୌଲୀ ନାମକ ଜଣେ ବ୍ୟକ୍ତି ପଶୁଙ୍କ ପାଇଁ ଏହି ନିଆରା ପାର୍ଲରର ଶୁଭାରମ୍ଭ କରିଛନ୍ତି । ଏହି ପାର୍ଲରରେ ମଇଁଷିଙ୍କ ସିଙ୍ଘକୁ ପଲିସ୍ କରି ନୂଆ ଆକାର ଦିଆଯାଉଛି, ଚମକାଯାଉଛି ଏବଂ ଆବଶ୍ୟକ ପଡ଼ିଲେ ଭଙ୍ଗା ସିଙ୍ଘ ଜାଗାରେ ନକଲି ସିଙ୍ଘ ମଧ୍ୟ ଲଗାଯାଉଛି । ଏହା ବ୍ୟତୀତ ଋତୁ ଅନୁସାରେ ପଶୁଙ୍କ ବାଳ କଟାଯାଉଛି ଏବଂ ସେମାନଙ୍କ ଖୁରାର ସଫେଇ ଓ ଟ୍ରିମିଂ ମଧ୍ୟ କରାଯାଉଛି । ପାର୍ଲରର ମାଲିକ ସନ୍ଦୀପଙ୍କ କହିବାନୁସାରେ, ସଫାସୁତୁରା ଓ ଗ୍ରୁମିଂ ଦ୍ୱାରା ପଶୁମାନେ କେବଳ ସୁସ୍ଥ ରହନ୍ତି ନାହିଁ, ବରଂ ଅଧିକ ଆକର୍ଷଣୀୟ ମଧ୍ୟ ଦେଖାଯାନ୍ତି । ଏହି କାରଣରୁ ଅନେକ ଚାଷୀ ନିଜ ପଶୁଙ୍କୁ ପଶୁମେଳା ଓ ବିଭିନ୍ନ ପ୍ରତିଯୋଗିତାକୁ ନେବା ପୂର୍ବରୁ ସଜାଇବା ପାଇଁ ଏଠାକୁ ଆଣୁଛନ୍ତି । ଯାହାଫଳରେ ମେଳାରେ ଏହାର ଚାହିଦା ବଢ଼ିବାରେ ଲାଗିଛି । ଏହି ନିଆରା ପ୍ରୟାସ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।