କ୍ରିକେଟରେ ମହାପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ନିୟମ?

Jul 07, 2026 - 16:26
କ୍ରିକେଟରେ ମହାପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ନିୟମ?

କ୍ରିକେଟ୍ ଜଗତରେ ଆସିପାରେ ଏକ ବଡ଼ ପରିବର୍ତ୍ତନ। ୫୦ ଓଭରର ଓଡ଼ିଆଇ କଣ ୪୦ ଓଭରକୁ ପରିଣତ ହେବ ? ୱର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ରେ  କଣ ୧୨ଟି ଦଳ ଖେଳିବେ ? ବିଶ୍ୱ କ୍ଲବ୍ T-20  ଚାମ୍ପିଅନସିପ୍ ସତରେ ଆରମ୍ଭ ହେବ କି ? ଆଇସିସି ର ବାର୍ଷିକ ସାଧାରଣ ବୈଠକରେ କ୍ରିକେଟର ଭବିଷ୍ୟତକୁ ବଦଳାଇପାରୁଥିବା ଅନେକ ବଡ଼ ପ୍ରସ୍ତାବ ଆଲୋଚନାକୁ ଆସିଛି ।  ଆଜି ଆମେ ଜାଣିବା ସେହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବିଷୟରେ, ଯାହା ଆଗାମୀ ଦିନରେ କ୍ରିକେଟର ଚେହେରାକୁ ସମ୍ପୂର୍ଣ୍ଣ ବଦଳାଇପାରେ । 
ଆନ୍ତର୍ଜାତୀୟ କ୍ରିକେଟରେ ଖୁବ୍ ଶୀଘ୍ର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆଇସିସିର ବାର୍ଷିକ ସାଧାରଣ ବୈଠକରେ କ୍ରିକେଟର ଭବିଷ୍ୟତକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଯଦି ଏହି ପ୍ରସ୍ତାବଗୁଡ଼ିକ ଭବିଷ୍ୟତରେ କାର୍ୟ୍ୟକାରୀ ହୁଏ, ତେବେ ଦିନିକିଆ କ୍ରିକେଟଠାରୁ ଆରମ୍ଭ କରି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ୍ ପର୍ୟ୍ୟନ୍ତ ଅନେକ କିଛି ବଦଳିଯାଇପାରେ । ସବୁଠାରୁ ବଡ଼ ପ୍ରସ୍ତାବ ହେଉଛି ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍କୁ ୪୦ ଓଭରକୁ ହ୍ରାସ କରିବା । ଏହା ଦ୍ୱାରା ମ୍ୟାଚ୍ର ସମୟ କମିବ, ଖେଳ ଅଧିକ ଦ୍ରୁତ ଓ ରୋମାଞ୍ଚକର ହୋଇପାରିବ ବୋଲି ମତ ରହିଛି। ତେବେ ଏହା ଏପର୍ୟ୍ୟନ୍ତ କେବଳ ଏକ ପ୍ରସ୍ତାବ, କୌଣସି ଅନ୍ତିମ ନିଷ୍ପତ୍ତି ନୁହେଁ। ଦ୍ୱିତୀୟ ପ୍ରସ୍ତାବ ହେଉଛି ଟେଷ୍ଟ, ଦିନିକିଆ ଓ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଏକ ସ୍ଥାୟୀ ଆନ୍ତର୍ଜାତୀୟ କ୍ୟାଲେଣ୍ଡର କିମ୍ବା ୱିଣ୍ଡୋ ପ୍ରସ୍ତୁତ କରିବା। ଏହା ଦ୍ୱାରା ବୋର୍ଡ, ଖେଳାଳି ଏବଂ ପ୍ରଶଂସକମାନେ ପୂର୍ବରୁ ସମସ୍ତ ସୂଚୀ ବିଷୟରେ ସ୍ପଷ୍ଟ ଧାରଣା ପାଇପାରିବେ। ଏହାଛଡ଼ା ଦ୍ୱିପାକ୍ଷିକ ସିରିଜ୍ ଅପେକ୍ଷା ଅଧିକ ତ୍ରିରାଷ୍ଟ୍ରୀୟ ଓ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ବିଶେଷଜ୍ଞଙ୍କ ମତରେ, ଏପରି ଟୁର୍ଣ୍ଣାମେଣ୍ଟ ଦର୍ଶକଙ୍କ ଆଗ୍ରହ ବଢ଼ାଇବା ସହ ପ୍ରତିଯୋଗିତାକୁ ଆହୁରି ରୋମାଞ୍ଚକର କରିପାରିବ। ପ୍ରତ୍ୟେକ ମହାଦେଶ ପାଇଁ ପୃଥକ କ୍ରିକେଟ୍ ଚାମ୍ପିଅନଶିପ୍ ଆରମ୍ଭ କରିବା ପ୍ରସ୍ତାବ ମଧ୍ୟ ଆସିଛି। ଏସିଆ, ୟୁରୋପ୍, ଆଫ୍ରିକା ଓ ଅନ୍ୟ ମହାଦେଶର ଦଳମାନଙ୍କୁ ନେଇ ନୂଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଗଲେ କ୍ରିକେଟର ପ୍ରସାର ଆହୁରି ବଢ଼ିପାରେ । ଫ୍ରାଞ୍ଚାଇଜ୍ କ୍ରିକେଟ୍କୁ ବିଶ୍ୱସ୍ତରକୁ ନେବା ପାଇଁ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ର ବିଜେତା ଦଳମାନଙ୍କୁ ନେଇ ଏକ ୱାର୍ଲ୍ଡ କ୍ଲବ୍ ଟି-୨୦ ଚାମ୍ପିଅନସିପ୍ ଆୟୋଜନ କରିବା ପ୍ରସ୍ତାବ ମଧ୍ୟ ଆଲୋଚନାରେ ରହିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ରେ ମଧ୍ୟ ବଡ଼ ପରିବର୍ତ୍ତନର ଚର୍ଚ୍ଚା ହେଉଛି । ବର୍ତ୍ତମାନ ଅପେକ୍ଷା ଅଧିକ ଦେଶକୁ ସାମିଲ କରି ୧୨ ଦଳ ବିଶିଷ୍ଟ ଡଞଉ କରିବା ସହ ଆୟରଲ୍ୟାଣ୍ଡ, ଜିମ୍ବାୱେ ଏବଂ ଆଫଗାନିସ୍ତାନ ଭଳି ଦଳମାନଙ୍କୁ ଅଧିକ ସୁଯୋଗ ଦେବା ଉପରେ ମଧ୍ୟ ମତ ପ୍ରକାଶ ପାଇଛି । ସେହିପରି, ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ମଧ୍ୟ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ୍ ପଏଣ୍ଟ ଟେବୁଲରେ ସାମିଲ କରିବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଛୋଟ ଟେଷ୍ଟ ସିରିଜ୍ଗୁଡ଼ିକର ଗୁରୁତ୍ୱ ବଢ଼ିପାରେ । ଆଉ ଏକ ଚର୍ଚ୍ଚିତ ପ୍ରସ୍ତାବ ହେଉଛି ବିଶ୍ୱକପ୍ ପୂର୍ବରୁ ଦୀର୍ଘ ଦ୍ୱିପାକ୍ଷିକ ସିରିଜ୍ର ସଂଖ୍ୟା କମାଇ ବିଶ୍ୱକପ୍ ପାଇଁ ଅଲଗା ପ୍ରସ୍ତୁତି ସମୟ ରଖିବା । ଏହା ଦ୍ୱାରା ବିଶ୍ୱକପ୍ର ରୋମାଞ୍ଚ ଓ ଗୁରୁତ୍ୱ ଆହୁରି ବଢ଼ିବ ବୋଲି କିଛି ମତ ରହିଛି । ତେବେ ମନେ ରଖିବା ଜରୁରୀ ଯେ ଏସବୁ ବିଷୟ ଉପରେ ଆଲୋଚନା ଏବଂ ପ୍ରସ୍ତାବ ରହିଛି। କେଉଁ ପ୍ରସ୍ତାବ ଭବିଷ୍ୟତରେ ଆଇସିସି ଗ୍ରହଣ କରିବ ଓ କେଉଁଗୁଡ଼ିକ କାର୍ୟ୍ୟକାରୀ ହେବ, ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।