କୀଟନାଶକ ପିଇ ଯବାନଙ୍କ ଆତ୍ମହତ୍ୟା

ବାଲିଗୁଡ଼ା : ମାନସିକ ଅଶାନ୍ତିରୁ କୀଟନାଶକ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ । ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାୟତ୍ରୀ କଲୋନୀରେ ରହୁଥିବା ଅଶୋକ ବେହେରା । ସେ ଜାମ୍ମୁ ଶ୍ରୀନଗରରେ ପୋଷ୍ଟିଂ ଥିଲେ ।
ଘଟନାନୁସାରେ, ସୋମବାର ଦୀର୍ଘ ସମୟ ଧରି ଘର ଭିତରୁ କବାଟ ବନ୍ଦ ରଖିଥିଲେ ଅଶୋକ ।ସାଙ୍ଗସାଥୀମାନଙ୍କ ଫୋନ୍ କଲର କୌଣସି ଉତ୍ତର ନ ଦେବାରୁ ଆଖପାଖ ଲୋକଙ୍କ ସନ୍ଦେହ ହୋଇଥିଲା । ଏହାପରେ ସାହି ପଡ଼ିଶା ବାଲିଗୁଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ବାଲିଗୁଡା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ପାଖ ଲୋକଙ୍କ କହିବାନୁସାରେ, ପାରିବାରିକ କଳହକୁ ନେଇ ଦୀର୍ଘ ଦିନ ହେବ ମାନସିକ ଚାପରେ ଥିଲେ ଅଶୋକ । କିଛି ଦିନ ହେବ ସେ ଛୁଟିରେ ଘରକୁ ଆସିଥିଲେ । ତେବେ ଘରେ ପୁଣି କୌଣସି କଥାକୁ ନେଇ ଅଶାନ୍ତି ହେବାରୁ କୀଟନାଶକ ପିଇ ଜୀବନ ହାରିଥିବା ଅନୁମାନ କରାଯାଉଛି । ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।