ଖେଳାଳିଙ୍କ କାମରେ ଆସୁନି ମିନି ଷ୍ଟାଡିୟମ, ବର୍ଷା ହେଲେ ପଡ଼ିଆରେ ଜମୁଛି ପାଣି
ନନ୍ଦିଘୋଷ ବ୍ୟୁରୋ: ଖେଳାଳିଙ୍କ କାମରେ ଆସୁନି ମିନି ଷ୍ଟାଡିୟମ । କଟକ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ଜମି ରହୁଛି ପାଣି । ଯେତେ ମାଟି ପକାଇଲେ ବି ହୋଇପାରୁନି ଖେଳ ଉପଯୋଗୀ । ପୂର୍ବ ସରକାର ଓଏମପି ନିକଟରେ ଥିବା ପୁରୁଣା ଖେଳ ପଡ଼ିଆକୁ ମିନି ଷ୍ଟାଡିୟମରେ ପରିଣତ କରିଥିଲେ । ପଡ଼ିଆର ବିକାଶ ସହ ଗ୍ୟାଲେରୀ ଓ ଖେଳାଳିଙ୍କ ପାଇଁ ଘର ନିର୍ମାଣ କରିଥିଲେ । ଅଞ୍ଚଳର ଖେଳାଳିମାନେ ଖେଳିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ହେଲେ ଦୁଇରୁ ତିନି ବର୍ଷ ହେବ ଜାତୀୟ ରାଜପଥର ସଂପ୍ରସାରଣ ଓ ରାସ୍ତା ଉଚ୍ଚା ହୋଇଯିବା କାରଣରୁ ବର୍ଷା ପାଣି ଷ୍ଟାଡିୟମରେ ଭର୍ତ୍ତି ହୋଇଯାଉଛି । ବାରମ୍ବାର ମାଟି ପଡୁଛି ହେଲେ ଫଳ ଶୂନ ବୋଲି କହିଛନ୍ତି ପୂର୍ବତନ କର୍ପୋରେଟର ।
ଚାଉଳିଆଗଞ୍ଜ ଖେଳ ପଡ଼ିଆ ରାସ୍ତା ଅନୁପାତରେ ତଳେ ରହୁଛି । ଫଳରେ ବର୍ଷା ହେଲେ ପଡ଼ିଆରେ ପାଣି ଜମୁଛି । ମାଟି ପକାଇବା ପାଇଁ କଟକ ମହାନଗର ନିଗମ ପକ୍ଷରୁ କିଛି ଅନୁଦାନ ଆସିଛି । ହେଲେ ଫଳ ଶୂନ । ରାଜ୍ୟ ସରକାର ଚାହିଁଲେ ହିଁ ଷ୍ଟାଡିୟମ ସମସ୍ୟାର ସମାଧାନ ହୋଇପାରିବ । ବଡ ଅନୁଦାନ ନ ଆସିଲେ ପୂରା ପଡିଆକୁ ଦୁଇରୁ ତିନି ଫୁଟ ଉଚ୍ଚା କରିହେବ ନାହିଁ । ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି ମେୟର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
