Wild Elephants: ରେଳ ଧାରଣାରେ ୨୪ ହାତୀଙ୍କ ଡେରା, ୪ଟି ଟ୍ରେନ୍ ଅଟକିଲା; ଯାତ୍ରୀ ହନ୍ତସନ୍ତ

Oct 18, 2026 - 13:40
Wild Elephants: ରେଳ ଧାରଣାରେ ୨୪ ହାତୀଙ୍କ ଡେରା, ୪ଟି ଟ୍ରେନ୍ ଅଟକିଲା; ଯାତ୍ରୀ ହନ୍ତସନ୍ତ

"ସୁନ୍ଦରଗଡ଼, ବନ୍ଧମୁଣ୍ଡା (ଦେବ କୁମାର ଦେ): ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥର ବନ୍ଧମୁଣ୍ଡା ରେଳଖଣ୍ଡରେ ଜଙ୍ଗଲୀ ହାତୀପଲଙ୍କ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ବନ୍ଧମୁଣ୍ଡା ଏ କ୍ୟାବିନ୍‌ ଓ ଡି କ୍ୟାବିନ୍‌ ମଧ୍ୟରେ ରବିବାର ରାତି ପ୍ରାୟ ୨ଟାରୁ ୨୪ଟି ଜଙ୍ଗଲୀ ହାତୀ ରେଳ ଧାରଣା ଉପରେ ଡେରା ପକାଇଛନ୍ତି।

ସକାଳ ହେବା ପରେ ମଧ୍ୟ ହାତୀପଲ ରେଳ ଧାରଣା ଉପରେ ଘୂରି ବୁଲୁଥିବାରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇପାରିନାହିଁ।

ହାତୀପଲ ରେଳ ଧାରଣାରୁ ନ ହଟିବାରୁ ଚାରୋଟି ଯାତ୍ରୀବାହୀ ଟ୍ରେନ୍‌ର ଚଳାଚଳ ପ୍ରଭାବିତ ହୋଇଛି।

ଯାହା ଫଳରେ ରେଳ ଯାତ୍ରୀମାନେ ଦୀର୍ଘ ସମୟ ଧରି ଟ୍ରେନ୍‌ ଭିତରେ ଅଟକି ରହି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବର ସମ୍ମୁଖୀନ ହେଉଛନ୍ତି।Advertisment ମିଳିଥିବା ସୂଚନା ଅନୁଯାୟୀ, ୧୩୩୫୨ ଧନବାଦ-ଏର୍ଣ୍ଣାକୁଲମ୍ ଆଲାପ୍ପୁଝା ଏକ୍ସପ୍ରେସ୍ ରାତି ପ୍ରାୟ ୧ଟା ୪୫ରୁ ରାଉରକେଲା ଷ୍ଟେସନରେ ଅଟକି ରହିଛି।

ସେହିପରି ୧୮୪୦୩ ଧନବାଦ ସ୍ପେଶାଲ୍ ଟ୍ରେନ୍ ସକାଳ ପ୍ରାୟ ୬ଟା ୧୫ରୁ ରାଉରକେଲାରେ ଅଟକିଛି।

୧୩୪୨୫ ସୁରତ-ମାଲଦା ଏକ୍ସପ୍ରେସ୍ ସକାଳ ୬ଟାରୁ ବାଙ୍ଗୁରକେଲା ଷ୍ଟେସନରେ ଏବଂ ୨୦୯୭୧ ଶାଲିମାର ସୁପରଫାଷ୍ଟ ଏକ୍ସପ୍ରେସ୍ ସକାଳ ୭ଟାରୁ କାଲୁଙ୍ଗା ଷ୍ଟେସନରେ ଅଟକି ରହିଛି।

ରେଳବାଇ ପାଇଁ ଚ୍ୟାଲେଞ୍ଜ ହୋଇଛି ଅନ୍ୟପକ୍ଷରେ, ହାତୀପଲଙ୍କୁ ସୁରକ୍ଷିତ ଭାବେ ରେଳ ଧାରଣାରୁ ହଟାଇବା ପାଇଁ ରାଉରକେଲା ବନ ବିଭାଗର ଟିମ୍ ଘଟଣାସ୍ଥଳରେ ଉଦ୍ୟମ ଜାରି ରଖିଛି।

ରେଳବାଇର ବିଭାଗ ମଧ୍ୟ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି।

ହାତୀମାନେ ରେଳ ଧାରଣା ଛାଡ଼ୁ ନଥିବାରୁ ରେଳ ଚଳାଚଳ ସ୍ୱାଭାବିକ କରିବା ରେଳବାଇ ପାଇଁ ଚ୍ୟାଲେଞ୍ଜ ହୋଇଛି।

ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ସୂଚନାଯୋଗ୍ୟ, ଗତ ପ୍ରାୟ ପାଞ୍ଚ ମାସ ଧରି ଏହି ହାତୀପଲ ବାରମ୍ବାର ରେଳ ଅଞ୍ଚଳକୁ ଆସୁଥିବାରୁ ଟ୍ରେନ୍ ଚଳାଚଳ ସହ ଯାତ୍ରୀ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ହାତୀପଲଙ୍କୁ କେବେ ସୁରକ୍ଷିତ ଭାବେ ହଟାଯାଉଛି ଏବଂ ରେଳ ଚଳାଚଳ କେବେ ସ୍ୱାଭାବିକ ହେଉଛି, ଏବେ ସମସ୍ତଙ୍କ ନଜର ସେଥିପ୍ରତି ରହିଛି।

Drowned: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)