Drowned: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
"ନଠୁଆବର: ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ଜଣେ ଯୁବକ ପାଣିରେ ବୁଡ଼ିନିଖୋଜ ହୋଇଯାଇଛନ୍ତି।
ନିଖୋଜ ଯୁବକ ଜଣକ ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମର ଗୁରୁଚରଣ ବେହେରାଙ୍କ ପୁଅ ହରିହର ବେହେରା (୧୮) ବୋଲି ଜଣାପଡିଛି।
ସେ ବାପାଙ୍କର ଏକମାତ୍ର ପୁଅଏବଂ ପ୍ଲସ ଟୁ ରେ ପାଠ ପଢୁଥିଲେ।Advertisment ଘଟଣାସ୍ଥଳରେ କୁଆଖିଆ ପୁଲିସ ଆଜି ସକାଳ ୮.୩୦ ମିନିଟ୍ ସମୟରେ ଗୋପାଳପୁର ଠାରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ସେ ବୁଡ଼ି ଯାଇଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
କୁଆଖିଆ ପୁଲିସ ଓ ଗୋପାଳପୁର ସରପଞ୍ଚ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
Yogi-Adityanath: ସର୍ଭେ ମତ: ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ଲୋକେ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
