କାହାଣୀଠୁ ଗୁରୁତ୍ବପୂର୍ଣ୍ଣ ମାହୋଲ

Jul 01, 2026 - 14:03
କାହାଣୀଠୁ ଗୁରୁତ୍ବପୂର୍ଣ୍ଣ ମାହୋଲ

 

ନିକଟରେ ଅଭିନେତା ଅରଶଦ ୱାର୍ସି ନିଜର ଆଗାମୀ ସିରିଜ୍ ପ୍ରୀତମ ଆଣ୍ଡ ପେଡ୍ରୋକୁ ନେଇ କ୍ୟାରିୟର, ଅଭିନୟ ଶୈଳୀ ଓ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ସହ କାମ କରିବାର ଅଭିଜ୍ଞତା ଦର୍ଶକଙ୍କ ସହ ସେୟାର କରିଛନ୍ତି । ଅରଶଦ କହିଛନ୍ତି ଯେ ଏହି ସିରିଜର ମୁଖ୍ୟ ବିଷୟବସ୍ତୁ 'ସାଇବର କ୍ରାଇମ' ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ । ତେବେ ଏହାର ଭାବପୂର୍ଣ୍ଣ କାହାଣୀ ଶୈଳୀ ଏବଂ ପେଡ୍ରୋଚରିତ୍ରର ହାସ୍ୟରସ ତାଙ୍କୁ ଏହି ପ୍ରୋଜେକ୍ଟ ପାଇଁ ତୁରନ୍ତ ଆକର୍ଷିତ କରିଥିଲାବୋଲି ସେ ପ୍ରକାଶ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ରାଜକୁମାର ହିରାନୀ ବାହାରକୁ ଗମ୍ଭୀର ଜଣାପଡ଼ୁଥିଲେ ମଧ୍ୟ ବାସ୍ତବରେ ସେ ଖୁବ୍ ମଜାଳିଆ ସ୍ୱଭାବର । କ୍ୟାରିୟରର  ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ ସମୟ ସହିତ ସେ କେବଳ ଭଲ ସ୍କ୍ରିପ୍ଟ ନୁହେଁ, ବରଂ ଚାପମୁକ୍ତ ଓ ସକାରାତ୍ମକ ମାହୋଲରେ କାମ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜଣେ କଳାକାର ଭାବେ କେବଳ ଡାଇଲଗ କହିବା ନୁହେଁ, ବରଂ ସିନକୁ ଅଧିକ ଜୀବନ୍ତ କରିବା ପାଇଁ ନିଜର ସୃଜନଶୀଳତା ଉପରେ ସେ ବିଶ୍ୱାସ ରଖନ୍ତି । ଶେଷରେ ପ୍ରୀତମ ଆଣ୍ଡ ପେଡ୍ରୋକୁ ଏକ ଇନୋଭେଟିଭ୍  ଓ ନିଆରା କମେଡି ବୋଲି ମତ ରଖିଛନ୍ତି । ଏହା ଦର୍ଶକଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ ବୋଲି ସେ ଦୃଢ଼ ଆଶା ପ୍ରକଟ କରିଛନ୍ତି ।