କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

Jul 12, 2026 - 20:49
କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା କର୍ଶିଂ ଅଞ୍ଚଳର ସନ୍ତୋଷ ଆଳତିଆ। ପୋଲିସ ସନ୍ତୋଷଙ୍କ ନିକଟରୁ ୩୬ କେଜି ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ କାରକୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ, ସନ୍ତୋଷ କନ୍ଧମାଳରୁ କାର୍‌ ଯୋଗେ ଗଞ୍ଜେଇ ଧରି ଗାଁକୁ ଫେରୁଥିଲେ। ହେଲେ ଭଞ୍ଜନଗର ପୋଲିସ ଏସ୍‌ଆଇ ଲକ୍ଷ୍ମିଧର ମହାନ୍ତି ମୁଜାଗଡ଼ ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ସେତିକିବେଳେ ପୋଲିସ ଗାଡ଼ି ଦେଖି ସନ୍ତୋଷ ଦ୍ରୁତ ଗତିରେ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ପିଛା କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

ମାଜିଷ୍ଟ୍ରେଟ ତଥା ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାର, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ଉପସ୍ଥିତିରେ ପୋଲିସ୍‌ ଯାଞ୍ଚ କରି କାରରୁ ୩୬ କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।