ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

Jul 12, 2026 - 20:10
ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ ସହ ୨ ପୁଅଙ୍କ ମୃତ୍ୟୁ ଘଟିଛି। ମା’ ଏବଂ ଆଉ ଜଣେ ୧୦ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ଆହତ ମା’ ପୁଅଙ୍କୁ ପ୍ରଥମେ ହାଟଭରଣ୍ଡୀ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିବା ବେଳେ ପରେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଗୋଟିଏ ବାଇକରେ ପରିବାରର ମା’, ବାପା ଏବଂ ତିନି ପୁଅ ଯାଉଥିଲେ। ହେଲେ ୪୦ ନମ୍ବର ରାଜ୍ୟ ରାଜପଥରେ ରାଇଘରରୁ କୁନ୍ଦେଇ ଯାଉଥିବା ଏକ ଟ୍ରକ୍‌ ଦେଓଭରଣ୍ଡୀଠାରେ ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ବାବୁଲାଲ ଗଣ୍ଡ, ପୁଅ ପ୍ରଦୀପ ଗଣ୍ଡ ଓ ତୁଷାର ଗଣ୍ଡଙ୍କ ମୃତ୍ୟୁ ଘଟିଥିଲା। ହେଲେ ମା’ ଏବଂ ଅନ୍ୟ ଜଣେ ୧୦ ବର୍ଷର ପୁଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଥାନାରେ ଅଟକ ରହିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।