କନ୍ଧମାଳର ସାରଙ୍ଗଡ ଥାନା ପୋଲିସ କବଜାର ନକଲି MVI
ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳର ସାରଙ୍ଗଡ ଥାନା ପୋଲିସ କବଜାର ନକଲି MVI । ଗିରଫ ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ । ନିଜକୁ କେବେ ଗଞ୍ଜାମ RTO ବିଭାଗର MVI ତ ଆଉ କେତେବେଳେ କନ୍ଧମାଳ MVI ର ବୋଲି ପରିଚୟ ଦେଇ ବହୁ ମହିଳା ଓ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରେ କନ୍ଧମାଳର MVI ଏବଂ କନ୍ଧମାଳରେ ଗଞ୍ଜାମର MVI କହି RTO ଚେକିଙ୍ଗ ସହ ଯୁବତୀ ମହିଳା ଏପରିକି ପୋଲିସଙ୍କୁ ମଧ୍ୟ ଛାଡ଼ି ନି ଏହି କରିତକର୍ମା । ସରକାରୀ ଚାକିରି କରାଇଦେବା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କଠାରୁ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପାବୁରିଆ ଛକରୁ ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କ ନିକଟରୁ OMVD ୟୁନିଫର୍ମ, ନାମ ଫଳକ, ଦୁଇଟି କାର୍, ଷ୍ଟେଟ ବ୍ୟାଙ୍କ ପାସ୍ ବୁକ୍, କମଳା ରଙ୍ଗର ଲାଇଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ସାରଙ୍ଗଡ ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ବହୁ ଯୁବତୀ ଓ ମହିଳା ମାନଙ୍କୁ ଠକି ଥିବା ସୂଚନା ରହିଛି l….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
