ଇଜିପ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୩୧ ମୃତ ଓ ୨୧ରୁ ଅଧିକ ଆହତ

Nov 26, 2026 - 08:18
ଇଜିପ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୩୧ ମୃତ ଓ ୨୧ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ:ଇଜିପ୍ଟରେ ଭୟାବହ ଦୁର୍ଘଟଣା। ପେଟ୍ରୋଲିୟମଜାତ ସାମଗ୍ରୀ ନେଇ ଯାଉଥିବା ଗାଡ଼ିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୩୧ ମୃତ, ୨୧ରୁ ଅଧିକ ଆହତ। ଇଜିପ୍ଟ ଗିଜାସ୍ଥିତ ଏଆଇ ବାରାକ ଜିଲ୍ଲାରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ପରେ ପଛରେ ଥିବା ଅନେକ ଗାଡିରେ ନିଆଁ ଲାଗିବା ଯୋଗୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ୨୭ଟି ଗାଡ଼ି ଜଳିଯାଇଛି। ଜଳିଯାଇଥିବା ଯାନଗୁଡ଼ିକ ମଧ୍ୟରେ ରହିଛି ଅନେକ କାର ଓ ବାଇକ। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ନିଆଁକୁ ତୁରନ୍ତ ଆୟତ୍ତ କରିବା ସମ୍ଭବ ନଥିଲା। ଘଟଣାସ୍ଥଳରେ ନିୟୋଜିତ ହୋଇଥିଲା ୩୯ଟି ଆମ୍ବୁଲାନ୍ସ। ନିଆଁରେ ଗାଡି଼ଗୁଡିକ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଦୁର୍ଘଟଣା ଘଟିଥିବା ରିଙ୍ଗରୋଡ ହେଉଛି ଗ୍ରେଟର କାଇରୋର ପ୍ରମୁଖ ପରିବହନ କରିଡର। ଏହା କାଇରୋ, ଗିଜାକୁ ସଂଯୋଗ କରିଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)