ଟାଇଗର ଶ୍ରଫ୍ ଗୁଳିକାଣ୍ଡ ମାମଲା: ହରିୟାଣାରୁ ୨୨ ବର୍ଷୀୟା ମହିଳା ଗିରଫ

Nov 03, 2026 - 08:45
ଟାଇଗର ଶ୍ରଫ୍ ଗୁଳିକାଣ୍ଡ ମାମଲା: ହରିୟାଣାରୁ ୨୨ ବର୍ଷୀୟା ମହିଳା ଗିରଫ

ନନ୍ଦିଘୋଷ ବ୍ୟୁରୋ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ମାମଲାରେ ହରିୟାଣାର କର୍ଣ୍ଣାଲ ଜିଲ୍ଲାରୁ ଜଣେ ୨୨ ବର୍ଷୀୟା ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଗିରଫଦାରୀ ପରେ ମାମଲାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।

ଅକ୍ଟୋବର ୧୮ରେ ଘଟିଥିଲା ଗୁଳିକାଣ୍ଡ

ସୂଚନା ଅନୁଯାୟୀ, ୧୮ ଅକ୍ଟୋବର ୨୦୨୬ ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍‌ଙ୍କ ଘର ବାହାରେ ଏକ ମୋଟରସାଇକେଲରେ ଆସିଥିବା ଦୁର୍ବୃତ୍ତମାନେ ଗୁଳିଚାଳନା କରିଥିଲେ। ଏହି ସମୟରେ ଅଭିନେତାଙ୍କ BMW କାରକୁ ଲକ୍ଷ୍ୟ କରି ଏକାଧିକ ରାଉଣ୍ଡ ଗୁଳି ଚଳାଯାଇଥିଲା। ସୌଭାଗ୍ୟବଶତଃ ଟାଇଗର ଶ୍ରଫ୍ ଏହି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଗୁଳିକାଣ୍ଡରେ ତାଙ୍କ ଡ୍ରାଇଭର ଏବଂ ଜଣେ ପଥଚାରୀ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।

ପୂର୍ବରୁ ଗିରଫ ହୋଇଥିଲେ ୧୨ ଅଭିଯୁକ୍ତ

ଏହି ଘଟଣା ପରେ ମୁମ୍ବାଇ ପୋଲିସ ୧୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। କ୍ରାଇମବ୍ରାଞ୍ଚ ପୂର୍ବରୁ ରାଜସ୍ଥାନର କୋଟା, ଦିଲ୍ଲୀ ଏବଂ ହରିୟାଣାର ସୋନିପତରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ଅକ୍ଟୋବର ୨୭ ତାରିଖରେ ମାମଲାରେ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (MCOCA)ର ବିଭିନ୍ନ ଧାରା ମଧ୍ୟ ଲାଗୁ କରାଯାଇଥିଲା।

ହରିୟାଣାରୁ ମହିଳା ଅଭିଯୁକ୍ତ ଗିରଫ

ତଦନ୍ତ ସମୟରେ ଏକ ସଂଗଠିତ ଅପରାଧୀ ଗ୍ୟାଙ୍ଗର କାର୍ଯ୍ୟକଳାପରେ ହରିୟାଣାର ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍ ହରିୟାଣା ପୋଲିସର ସହାୟତାରେ ନଭେମ୍ବର ୧ ତାରିଖରେ କର୍ଣ୍ଣାଲ ଜିଲ୍ଲାରୁ ୨୨ ବର୍ଷୀୟା ମହିଳାଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀ ସହିତ ଟାଇଗର ଶ୍ରଫ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଗୁଳିକାଣ୍ଡ ପଛରେ ଥିବା ଷଡ଼ଯନ୍ତ୍ର ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ତଦନ୍ତରୁ ଆହୁରି ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)