Champions League Record: ୧୭ ମିନିଟ୍‌ ଭିତରେ ୪ ଗୋଲ୍‌: ଚାମ୍ପିଅନ୍ସ ଲିଗ୍‌ରେ ପିଏସ୍‌ଜିର ନୂଆ ରେକର୍ଡ

Nov 04, 2026 - 11:10
Champions League Record: ୧୭ ମିନିଟ୍‌ ଭିତରେ ୪ ଗୋଲ୍‌: ଚାମ୍ପିଅନ୍ସ ଲିଗ୍‌ରେ ପିଏସ୍‌ଜିର ନୂଆ ରେକର୍ଡ

ଭିଲାରିଲ୍‌: ଚଳିତ ୟୁରୋପୀୟ ଫୁଟ୍‌ବଲ୍‌ ମହାସଂଘ (ୟୁଫା) ଚାମ୍ପିଅନ୍ସ ଲିଗ୍‌ରେ ଗତ ସଂସ୍କରଣ ବିଜେତା ପ୍ୟାରିସ୍‌ ସେଣ୍ଟ୍‌ ଜର୍ମାନ (ପିଏସ୍‌ଜି) ନୂଆ ରେକର୍ଡ କରିଛି।

ମଙ୍ଗଳବାର ସ୍ପେନ୍‌ର ଘରୋଇ ଦଳ ଭିଲାରିଆଲ୍‌ ବିପକ୍ଷ ମ୍ୟାଚ୍‌ରେ ଏହି ଦଳ କମ୍‌ ସମୟ (୧୬ ମିନିଟ୍‌ ୨ ସେକେଣ୍ଡ) ମଧ୍ୟରେ ସବୁଠୁ ଅଧିକ ଗୋଲ୍‌ କରିବାର ରେକର୍ଡ କରିଛି।

Advertisment ଏହି ମ୍ୟାଚ୍‌ରେ ୧୭ ମିନିଟ୍‌ ଭିତରେ ୪ ଗୋଲ୍‌ ଲଦିଥିଲା ପିଏସ୍‌ଜି।

ପୂର୍ବରୁ କମ୍‌ ସମୟରେ ସବୁଠୁ ଅଧିକ ଗୋଲ୍‌ ରେକର୍ଡ ରିଅଲ୍‌ ମାଡ୍ରିଡ୍‌ ନାଁରେ ଥିଲା।

୨୦୧୧ରେ ଡିନାମୋ ଜାଗ୍ରେବ୍‌ ବିପକ୍ଷରେ ରିୟଲ ମାଡ୍ରିଡ୍‌ ୨୦ ମିନିଟ୍‌ ଭିତରେରେ ୪ଟି ଗୋଲ୍‌ ଦେଇଥିଲା।

ପିଏସ୍‌ଜି ଏହି ରେକର୍ଡ ସହ ଭିଲାରିଆଲ୍‌କୁ ୬-୦ ଗୋଲ୍‌ରେ ହରାଇ ପୁଣି ଥରେ ଟ୍ରଫି କରାୟତ୍ତ ଦିଗରେ ଆଗେଇଛି।

ଘରୋଇ ମାଟିରେ ସବୁଠାରୁ ବଡ଼ ପରାଜୟ ଅନ୍ୟପକ୍ଷରେ ଚାମ୍ପିଅନ୍ସ ଲିଗ୍‌ରେ ଭିଲାରିଆଲ୍‌ର ଘରୋଇ ମାଟିରେ ସବୁଠାରୁ ବଡ଼ ପରାଜୟ ପାଇଛି।

ବିଜୟୀ ଦଳ ପକ୍ଷରୁ ଗୋଲ୍‌ଗୁଡ଼ିକ ଜୋଆଓ ନେଭେସ୍‌ (୯ ମିନିଟ୍‌), ଡେସିରେ ଡୁଏ (୧୨ ମିନିଟ୍‌), ସେନି ମାୟୁଲୁ (୧୩ ମିନିଟ୍‌), ଫାବିଆନ୍‌ ରୁଇଜ୍‌ (୧୭, ୫୦ ମିନିଟ୍‌) ଓ ଡେଭିଡ ବୋଲି (୭୮ ମିନିଟ୍‌) ଦେଇଥିଲେ।

Engagement: କର୍ବିନ ବୋଶ୍‌ଙ୍କ ନିର୍ବନ୍ଧ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)