ଆଜିଠୁ ଦିଲ୍ଲୀରେ ହାଇପ୍ରୋଫାଇଲ ବ୍ରିକ୍ସ ସମ୍ମିଳନୀ

Sep 11, 2026 - 07:36
ଆଜିଠୁ ଦିଲ୍ଲୀରେ ହାଇପ୍ରୋଫାଇଲ ବ୍ରିକ୍ସ ସମ୍ମିଳନୀ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଦିଲ୍ଲୀରେ ହାଇପ୍ରୋଫାଇଲ ବ୍ରିକ୍ସ ସମ୍ମିଳନୀ I ଯୋଗଦେବେ ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରସିଦ୍ଧ ମୌର୍ଯ୍ୟ ହୋଟେଲରେ ରହିବେ ପୁଟିନ। ସେଥିଲାଗି କରାଯାଇଛି ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ସେହିପରି ତାଜ ପ୍ୟାଲେସରେ ରହିବେ ଜିନପିଙ୍ଗ। ସେଠାରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତ ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀର ଆଜି ଅନୁଷ୍ଠିତ ହେବ ବ୍ରିକ୍ସ ବିଜିନେସ ଫୋରମ ସମ୍ମିଳନୀ I ଶେଷ ଥର ଲାଗି ୨୦୧୯ରେ ଭାରତ ଗସ୍ତରେ ଆସିଥିଲେ ଜିନପିଙ୍ଗ। ତାଙ୍କ ସହ ଭାରତ ଗସ୍ତରେ ଆସିବେ ପ୍ରାୟ ୪୦୦ ପ୍ରତିନିଧି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତର ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ବୈଠକ ଅନୁଷ୍ଠିତ ହେବ I ଏହା ସହ  ପୁଟିନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ଆସନ୍ତା କାଲିଠାରୁ ଆରମ୍ଭ ହେବ ଦୁଇ ଦିନିଆ ବିଧିବଦ୍ଧ ବ୍ରିକ୍ସ ସମ୍ମିଳନୀ I

ସମ୍ମିଳନୀରେ ସାମିଲ ହେବେ ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସମେତ ୧୧ ରାଷ୍ଟ୍ରର ପ୍ରତିନିଧି I ଏଥିରେ ରହିଛନ୍ତି ଇଣ୍ଡୋନେସିଆ, ଇଜିପ୍ଟ, ଇରାନ, ଇଥିଓପିଆ, ସାଉଦିଆରବ ଆଦି ରାଷ୍ଟ୍ର I ବ୍ରିକ୍ସ ସମ୍ମିଳନୀରେ ବହୁପାକ୍ଷିକ ସହଯୋଗ, ଶକ୍ତି ଓ ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ସପ୍ଲାଏ ଚେନ ଆଦି ପ୍ରସଙ୍ଗରେ ଆଲୋଚନା ହେବ I ସମ୍ମିଳନୀରେ ବି ଯୋଗଦେବେ ଇରାନ ରାଷ୍ଟ୍ରପତି ମାସୁଦ ପେଜେକଶିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ ରାମଫୋସା, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ପ୍ରମୁଖ I ସମ୍ମିଳନୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ, ପଶ୍ଚିମ ଏସିଆ ସଙ୍କଟ,  ହର୍ମୁଜ ପ୍ରସଙ୍ଗରେ ହୋଇପାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା I ୨୦୧୨, ୨୦୧୬, ୨୦୨୧ରେ ଭାରତ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବାବେଳେ ଚତୁର୍ଥ ଥର ଲାଗି ଏଥିରେ ଅଧ୍ୟକ୍ଷତା କରୁଛି I ନୂଆଦିଲ୍ଲୀରେ ପହଞ୍ଚିଲେ ରୁଷିଆର ରାଷ୍ଟ୍ରପତି ପୁଟିନ । ତାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ  । ଆଜି ମୋଦିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)