ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ

Nov 23, 2026 - 11:40
ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ

ଭୁବନେଶ୍ୱର : ଦୁଇ ଦିନର ଛୁଟି ପରେ ସୋମବାର ପୁଣି ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ  । ଅଧିବେଶନର ଚତୁର୍ଥ ଦିନରେ ଗୃହ କାର୍ଯ୍ୟ ବେଶ୍ ସରଗରମ ରହିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ଭିନ୍ନ ଭିନ୍ନ ଦୁଇଟି ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ପାଇଁ ମୋସନ୍ ଆଣିଛନ୍ତି । ରାଜ୍ୟରେ ବନ୍ୟା ପରିଚାଳନା ପ୍ରସଙ୍ଗକୁ ନେଇ ବିଜେଡି ଗୃହରେ ସ୍ୱତନ୍ତ୍ର ଆଲୋଚନା ଦାବି କରିବା ସହ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ।

ସୀମା ବିବାଦ ତଥା କୋଟିଆ ପ୍ରସଙ୍ଗ ଉଠାଇ କଂଗ୍ରେସ ସ୍ୱତନ୍ତ୍ର ଆଲୋଚନା ଜିଦରେ ଅଟଳ ରହିବା ସହ ଶାସକ ଦଳଠାରୁ ଜବାବ ମାଗିବ। 

ସୂଚନା ଅନୁସାରେ, ପୂର୍ବ ଦିନଗୁଡ଼ିକରେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜି ମଧ୍ୟ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଗୃହ ସୁରୁଖୁରୁରେ ଚାଲିବା ନେଇ ଆଶଙ୍କା ଦେଖାଦେଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)