୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧ା୭(ସୁନିତ୍ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ। ୪ ତାରିଖରେ ବିଏସ୍ଏଫ୍ ହେଲିକପ୍ଟର ଯୋଗେ ଝାରସୁଗୁଡ଼ାରୁ ବରଗଡ଼ ଯିବେ। ସେଠାରେ ୧୧ଟା ୧୫ ମିନିଟ୍ରେ ପହଞ୍ଚିବା ପରେ ବରଗଡ଼ ଜିଲା ବଉଳସିଙ୍ଘ ସ୍ଥିତ ବିପିସିଏଲ୍ ଟୁ ଜି ଇଥାନଲ୍ ପ୍ଲାଣ୍ଟ ଯିବେ। ସେଠାରେ ସେ ୧୧ଟା ୪୦ ମିନିଟ୍ ପର୍ଯ୍ୟନ୍ତ ରହିବେ। ୧୧ଟା ୫୦ରେ ବରଗଡ଼ଠାରେ ଆୟୋଜନ ହେବାକୁ ଥିବା ଏକ ସାଧାରଣ ସଭାରେ ଯୋଗଦେବେ। ୧୨ଟା ୫୦ରେ ସାଧାରଣ ସଭାରୁ ବାହାରି ହେଲିକପ୍ଟର ଯୋଗେ ବୁର୍ଲା ସ୍ଥିତ ଏମ୍ସିଏଲ୍ରେ ପହଞ୍ଚିବେ। ଏମ୍ସିଏଲ୍ ଗେଷ୍ଟ ହାଉସ୍ରେ ମଧ୍ୟାହ୍ନଭୋଜନ କରିବେ। ସେଠାରୁ ୨ଟା ୧୦ରେ ସମଲେଶ୍ୱରୀ ମନ୍ଦିର ଯାଇ ପୂଜା ଓ ଦର୍ଶନ କରିବେ। ୨ଟା ୪୫ରୁ ୪ଟା ପର୍ଯ୍ୟନ୍ତ ସମ୍ବଲପୁରର କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍ଘାଟନ କରିବେ। ସେଠାରେ କାର୍ଯ୍ୟକ୍ରମ ଶେଷକରି ଶାହା ବିଏସ୍ଏଫ୍ ହେଲିକପ୍ଟର ଯୋଗେ ଝାରସୁଗୁଡ଼ା ବିମାନବନ୍ଦର ଯିବେ। ସେଠାରୁ ଆଇଏଏଫ୍ ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବେ। ସେଦିନ ରାତିରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ। ୫ ତାରିଖ ସକାଳ ୧୦ଟା ୪୫ରେ ଶାହା କଟକ ବଡ଼ମ୍ବା ଚିନିକଳର ଶୁଭାରମ୍ଭ କରିବେ। ସେଠାରୁ ସେ ଅପରାହ୍ନ ୧ଟା୩୦ ସୁଦ୍ଧା ହୋଟେଲକୁ ଫେରିଆସିବେ। ସେଠାରୁ ସେ ଭୁବନେଶ୍ୱର ଫେରି ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୩ଟା ସମୟରେ ଓଏସ୍ଏପି ବିଏନ୍ କ୍ୟାମ୍ପସ୍ ଯିବେ। ସେଠାରେ ସେ ଓଡ଼ିଶା ପୋଲିସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର ଆସି ନୂଆଦିଲ୍ଲୀ ଫେରିଯିବେ। ଏନେଇ ତାଙ୍କର ମିନିଟ୍ ଟୁ ମିନିଟ୍ କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଇଛି।
Dharitri – Odisha’s No.1 Odia Daily