ଯୁବତୀଙ୍କୁ କାର୍ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…
ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାୟଗଡ଼ ଥାନା ଅଧୀନ ସାନପୋତାର ଗ୍ରାମର ମନୋଜ କୁମାର ଭୂୟାଁ (୩୨)ଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୋଲିସ ସୂଚନାନୁସାରେ, ଗତ ୨୯ ଜୁନ ସନ୍ଧ୍ୟାରେ ପାରଳାଖେମୁଣ୍ଡି ସହରର ସାନ ବ୍ରାହ୍ମଣ ସାହିରେ ଭଡ଼ାଘରେ ରହୁଥିବା ଜଣେ ଯୁବତୀଙ୍କୁ ଅଭିଯୁକ୍ତ ଏକ କାର୍ରେ ନେଇ ଯାଇଥିଲେ। ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ କରି ପୋଲିସ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଥିଲା। ଚଢ଼ାଉ ବେଳେ ରାୟଗଡ଼ ବ୍ଲକର ଏକ ଗ୍ରାମରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା।
ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଯୁବତୀଙ୍କୁ ଏକତରଫା ବିବାହ ପ୍ରସ୍ତାବ ଦେଉଥିଲେ। ଯୁବତୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଅପହରଣ କରିଥିବା ଜଣାପଡ଼ିଛି। ଉଦ୍ଧାର ଯୁବତୀଙ୍କ ବୟାନ ରେକର୍ଡ ଓ ଡାକ୍ତରୀ ପରୀକ୍ଷା ସମ୍ପନ୍ନ କରାଯାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily