ବ୍ୟାକ୍ଟେରିଆ ଖାଉଛି ପ୍ଲାଷ୍ଟିକ

Jul 11, 2026 - 15:55
ବ୍ୟାକ୍ଟେରିଆ ଖାଉଛି ପ୍ଲାଷ୍ଟିକ

 

ସ୍କଟଲାଣ୍ଡ୍ସ୍ଥିତ ଏଡିନ୍ବର୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ ବ୍ୟାକ୍ଟେରିଆର ଉଦ୍ଭାବନ କରିଛନ୍ତି, ଯାହା ପ୍ଲାଷ୍ଟିକ ବୋତଲ ଖାଇବାରେ ସକ୍ଷମ । ଏହି ବ୍ୟାକ୍ଟେରିଆଟି ପ୍ଲାଷ୍ଟିକ ବୋତଲରୁ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରି ମେକଅପ୍, ଅତର ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରିପାରିବ ବୋଲି ସେମାନେ ମତ ଦେଇଛନ୍ତି । ପ୍ରତିଦିନ ଆମେ ଅନେକ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଫୋପାଡିଥାଉ, ଯାହା ପ୍ଲାଷ୍ଟିକ ଆବର୍ଜନା ବଢାଇବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଇ-କଏଲ୍ବ୍ୟାକ୍ଟେରିଆ ପ୍ଲାଷ୍ଟିକ୍ରେ ଥିବା ପଲିଇଥେଲିନ୍ଟେରେଫଥାଲେଟେ ବା ପିଇଟିକୁ ଏଡିପିକ୍ଏସିଡ୍ରେ ବିଘଟନ କରିଥାଏ । ଏହି ଏଡିପିକ୍ଏସିଡ୍ର କସମେଟିକ୍, ଫାର୍ମା ଓ ପର୍ସନାଲ କେୟାର ଇଣ୍ଡଷ୍ଟ୍ରୀରେ ଅଧିକ ବ୍ୟବହାର ରହିଛି । ଏହି ଉପାୟ ଆଗକୁ ପ୍ଲାଷ୍ଟିକ ଆବର୍ଜନା କମାଇବାରେ ବିଶେଷଭାବେ ସହାୟକ ହେବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ଏହି ପ୍ରକ୍ରିୟା ଓ ସମ୍ପୃକ୍ତ ବ୍ୟାକ୍ଟେରିଆ ଉପରେ ସେମାନେ ଅଧିକ ଗବେଷଣା କରୁଥିବା ସୂଚନା ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।