‘ଅପ୍ଟୋଜେନେଟିକ୍ସ’ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

Oct 05, 2026 - 16:46
‘ଅପ୍ଟୋଜେନେଟିକ୍ସ’ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ମେଡିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ ତିନି ଜଣ ବିଶିଷ୍ଟ ବୈଜ୍ଞାନିକ ମନୋନୀତ ହୋଇଛନ୍ତି। ସେମାନେ ହେଉଛନ୍ତି – କାର୍ଲ ଡିସେରୋଥ , ପିଟର ହେଗେମାନ ଏବଂ ଜର୍ଜ ନାଗେଲ । ଅତ୍ୟନ୍ତ ସୂକ୍ଷ୍ମତାର ସହ ମସ୍ତିଷ୍କର ସ୍ନାୟୁ ଉପରେ ବିଶେଷ ଗବେଷଣା ପାଇଁ ଏହି ତିନି ବୈଜ୍ଞାନିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।

ଆଲୋକ ଦ୍ୱାରା ନିୟନ୍ତ୍ରିତ ଆୟନ୍ ଚ୍ୟାନେଲ୍‌‌  ଏବଂ ‘ଅପ୍ଟୋଜେନେଟିକ୍ସ’ (Optogenetics) ସମ୍ପର୍କିତ ଯୁଗାନ୍ତକାରୀ ଆବିଷ୍କାର ପାଇଁ ସେମାନଙ୍କୁ ଏହି ନୋବେଲ ପୁରସ୍କାର ମିଳିବ। ସ୍ୱିଡେନର ପ୍ରସିଦ୍ଧ କାରୋଲିନସ୍କା ଇନ୍‌ଷ୍ଟିଚ୍ୟୁଟର ନୋବେଲ ଆସେମ୍ବ୍ଲି ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ନାମ ଘୋଷଣା କରାଯାଇଛି।

ଏହି ତିନି ଜଣ ବୈଜ୍ଞାନିକଙ୍କ ଗବେଷଣା ‘ଅପ୍ଟୋଜେନେଟିକ୍ସ’ର ମୂଳଦୁଆ ପକାଇଥିଲା। ଏହା ଏକ ଏଭଳି ଆଧୁନିକ ପଦ୍ଧତି, ଯେଉଁଥିରେ ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (Neurons) ଗୁଡ଼ିକୁ ନିୟନ୍ତ୍ରଣ କରାଯାଇପାରେ। ଏହି ନୂତନ ପ୍ରଯୁକ୍ତି ମାଧ୍ୟମରେ ନିର୍ଦ୍ଦିଷ୍ଟ ମସ୍ତିଷ୍କ ସର୍କିଟ୍‌ ଗୁଡ଼ିକ କିପରି ମଣିଷର ସ୍ମୃତି, ଭାବନା ଏବଂ ଆଚରଣକୁ ପ୍ରଭାବିତ କରେ, ତାହା ଅଧ୍ୟୟନ କରିବା ସମ୍ଭବ ହୋଇପାରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)