Zebra camouflage: କିମାଶ୍ଚର୍ଯ୍ୟମ୍: ଡ୍ରୋନ୍ରୁ ବର୍ତ୍ତିବାକୁ ଜେବ୍ରା ଛଦ୍ମାବରଣ
"୨୦୨୪ରୁ ଜାରି ରହିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍ ସେନା ମୁଖ୍ୟତଃ ଡ୍ରୋନ୍ ଓ ରୋବଟ୍ ସାହାଯ୍ୟରେ ରୁଷିଆ ଉପରେ ଅଧିକ ଆକ୍ରମଣ କରୁଛି।
ଏହାକୁ ପ୍ରତିହତ କରିବା ପାଇଁ ରୁଷିଆ ପ୍ରଥମ ବିଶ୍ବଯୁଦ୍ଧର ଛଦ୍ମାବରଣ କୌଶଳ ପ୍ରୟୋଗ କରୁଛି। "ଡ୍ୟାଜଲ୍" ନାମକ ଏହି ଛଦ୍ମାବରଣ କୌଶଳକୁ ବ୍ରିଟିସ୍ ସେନା ପ୍ରଥମେ ବ୍ୟବହାର କରିଥିଲା।
ଏହା ଅନୁଯାୟୀ ଜାହାଜ, ଟ୍ୟାଙ୍କ୍, ଟ୍ରକ୍ ଆଦି ଉପରେ କଳାଧଳା ରଙ୍ଗର ମୋଟା ଗାର ଟଣାଯାଇଥାଏ, ଯାହା ଜେବ୍ରା ଶରୀରର କଳାଧଳା ଗାର ସହ ତୁଳନୀୟ।
ସେଥିପାଇଁ ଏହାକୁ "ଜେବ୍ରା ଛଦ୍ମାବରଣ" ବୋଲି ମଧ୍ୟ କୁହାଯାଏ।
୧୯୧୭ରେ ଜର୍ମାନ୍ ବୁଡ଼ାଜାହାଜ ଆକ୍ରମଣରୁ ବଞ୍ଚିବା ପାଇଁ ବ୍ରିଟିସ୍ ନୌସେନାରେ କାର୍ଯ୍ୟରତ ନର୍ମାନ୍ ଵିଲ୍କିନ୍ସନ୍ ଏହି କୌଶଳ ବିକଶିତ କରିଥିଲେ।Advertisment Congress: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କଲା ମଧ୍ୟପ୍ରଦେଶ କଂଗ୍ରେସ ଜେବ୍ରା ଛଦ୍ମାବରଣ ଯୋଗୁଁ ବୁଡ଼ାଜାହାଜରୁ ପେରିସ୍କୋପ୍ ସାହାଯ୍ୟରେ ବ୍ରିଟିସ୍ ଜାହାଜର ଗତିପଥ, ବେଗ ଓ ଆକାର ନିର୍ଦ୍ଧାରଣ କରିବା କଷ୍ଟକର ହେଉଥିଲା।
ଏବେ ଏକ ଶତାବ୍ଦୀରୁ ଅଧିକ କାଳ ପରେ ରୁଷୀୟ ସେନା ଭିନ୍ନ ଢଙ୍ଗରେ ଏହି କୌଶଳକୁ ବ୍ୟବହାର କରୁଛି।
ଶତ୍ରୁ ବ୍ୟବହାର କରୁଥିବା ଡ୍ରୋନ୍ ଆଖିରେ ଧରା ନ ପଡ଼ିବା ହେଉଛି ଏହାର ମୂଳ ଲକ୍ଷ୍ୟ।
ଯୁଦ୍ଧ ବିଶେଷଜ୍ଞଙ୍କ ଅନୁସାରେ ଜେବ୍ରା ଛଦ୍ମାବରଣ କୌଶଳ ଏଆଇ ଚାଳିତ ଡ୍ରୋନ୍ଠାରୁ ସୁରକ୍ଷା ଦେବାକୁ ସକ୍ଷମ ହୋଇପାରେ।
କିନ୍ତୁ ମାନବ ପରିଚାଳିତ ଡ୍ରୋନ୍ ଆକ୍ରମଣକୁ ଏହା ପ୍ରତିହତ କରିପାରିବ ନାହିଁ।
Horoscope 2026 June 10: ଜାଣନ୍ତୁ ଆଜିର ରାଶିଫଳ..."